Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବ ଆମ ଆଦମୀ ପାର୍ଟି, ସୂଚନା ଦେଲେ କେଜରିୱାଲ

ଦିଲ୍ଲୀରେ ତିନି ଥର କ୍ଷମତା ଦଖଲ ସହ ପଞ୍ଜାବ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଆସନ୍ତା ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବ। ଏ ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

କେଜ୍ରିୱାଲ୍‌ ‌ଏହି ଘୋଷଣା କରିବା ବେଳେ କହିଛନ୍ତି କି ‘ଆଜି ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବାକୁ ଚାହୁଁଛି। ଆପ୍‌ ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଉତ୍ତରପ୍ରଦେଶର ବହୁ ସାମାଜିକ ସଂଗଠନର ମୁଖ୍ୟ ଓ ରାଜନୈତିକ ବ୍ୟକ୍ତିବିଶେଷ ତାଙ୍କୁ ଏଥିପାଇଁ ପ୍ରସ୍ତାବ ଦେଇଥିବାବେଳେ ସେ ଏହାକୁ ଗ୍ରହଣ କରିଥିବା କେଜରିୱାଲ କହିଛନ୍ତି। ଉତ୍ତରପ୍ରଦେଶର ଅନେକ ଭାଇ ଓ ଭଉଣୀ ଦିଲ୍ଲୀରେ ରୁହନ୍ତି। ସେମାନେ ଉତ୍ତରପ୍ରଦେଶ ସରକାରକୁ ନେଇ ଅସନ୍ତୁଷ୍ଟ। ସେମାନଙ୍କ ଯୋଗୁଁ ଆପ୍‌ ତୃତୀୟ ଥର ଦିଲ୍ଲୀରେ ସରକାର ଗଠନ କରିଥିବା କେଜରିୱାଲ କହିଛନ୍ତି।

Show More

Related Articles

Back to top button