ଓଡ଼ିଶାମୁଖ୍ୟ ଖବର

ଶିମିଳିପାଳରେ ତୁଷାରପାତ

ଖସୁଛି ପାରଦ ବଢୁଛି ଶୀତ । ସାରା ଓଡ଼ିଶାରେ ଶୀତର ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତିୟ ଉଦ୍ୟାନ ସମେତ କରଞ୍ଜିଆ ଉପଖଣ୍ଡରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି ।

ଶିମିଳିପାଳରେ ଉପର ବାର୍ହାକାମୁଡ଼ା, ଚହଲା, ବରେହିପାଣି, ନଅଣା ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ରାତ୍ରି ଯାପନ ପାଇଁ କୁମାରୀ ଠାରେ ଥିବା କଟେଜ ମାନଙ୍କରେ ତୁଷାରପାତ ଦେଖିବାକୁ ମିଳିଛି ।

ସେହିପରି କରଞ୍ଜିଆ ଉପଖଣ୍ଡର ଯଶୀପୁର, ଠାକୁରମୁଣ୍ଡା, କରଞ୍ଜିଆ, ଶୁକ୍ରୁଳି ଓ ରରୁଆଁ ଅଞ୍ଚଳରେ ପ୍ରବଳ ଶୀତ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

Show More

Related Articles

Back to top button