
ପୁଣି ଫେରିଛି କୋଭିଡ । ଶିକ୍ଷାନୁଷ୍ଠାନରେ ପଶିଛି କରୋନା । ଏକାଥରେ ଗୋଟିଏ ବିଦ୍ୟାଳୟର ୪୦ ରୁ ଉର୍ଦ୍ଧ୍ୱ ଛାତ୍ରୀ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ପଶିଛି କରୋନା । ଏକ ଶହରୁ ଉର୍ଦ୍ଧ୍ୱ ବାଳିକା ପଢୁଥିବା ଏହି ବିଦ୍ୟାଳୟରେ ୮୦ରୁ ଉର୍ଦ୍ଧ୍ୱ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ରୁ ଉର୍ଦ୍ଧ୍ୱ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି । ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ ।
ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଂଚିଛି । ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରାଯାଉଛି । ଏହା ସହିତ ଆଂଟିଜେନରେ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ଏହା ବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇ ନ ଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି ।