ଓଡ଼ିଶାମୁଖ୍ୟ ଖବର

କ୍ଲାସ ରୁମରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ

ସ୍କାର୍ଟ ସ୍କୁଲ ରୂପାନ୍ତରଣର କଲେ ଅନୁଧ୍ୟାନ

କ୍ଲାସ ରୁମରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କାର୍ଟ ସ୍କୁଲ ରୂପାନ୍ତରଣର କଲେ ଅନୁଧ୍ୟାନ । ଆଜି ଗଂଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅବସରରେ ହିଞ୍ଜିଳିକାଟୁସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯାଇ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ନିଜ ନିର୍ବାଚନ କ୍ଷେତ୍ରରେ ସ୍ମାର୍ଟ ସ୍କୁଲ ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କ୍ଲାସରେ ପିଲାମାନଙ୍କ ଗହଣରେ ବସିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏତିକି ବେଳେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋଚିତ୍ର ଉପହାର ଦେଉଥିବା ଦେଖିବାକୁ ମିଳିଥିଲା ।

ସ୍କୁଲରେ ପ୍ରତିଷ୍ଠା ହୋଇଥିବା ଅତ୍ୟାଧୁନିକ ଲାବୋରେଟୋରୀ ଓ ଲାଇବ୍ରେରୀକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍କୁଲ ଭିଜିଟର୍ସ ବୁକରେ ନିଜର ବାର୍ତା ମଧ୍ୟ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ । ସ୍ମାର୍ଟ ହେଉଛି ରାଜ୍ୟର ବଛାବଛା ସରକାରୀ ସ୍କୁଲ । ଗଞ୍ଜାମ ଜିଲ୍ଲାରେ ମୋଟ୍ ୫୩ଟି ସ୍କୁଲକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତରଣ କରାଯାଇଛି ।

Show More

Related Articles

Back to top button