ଦେଶ ବିଦେଶମୁଖ୍ୟ ଖବର

ରେକର୍ଡ ସ୍ତରରେ ମହାମାରୀ, ଦେଶରେ ୧ ଲକ୍ଷରୁ ଅଧିକ କୋଭିଡ୍ ମାମଲା

ସାରା ଦେଶରେ ଆରମ୍ଭ ହୋଇଗଲାଣି ତୃତୀୟ ଲହର । ଦୈନିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି । ଶୁକ୍ରବାର ଭାରତରେ ୧,୧୭,୧୦୦ COVID-19 ମାମଲା ରିପୋର୍ଟ ହୋଇଛି । ଯାହାକି ସର୍ବାଧିକ ରେକର୍ଡ । କାରଣ ପୂର୍ବ ମାମଲା ତୁଳନାରେ ୨୮ପ୍ରତିଶତ ଅଧିକ ।

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାରରୁ ଅଧିକ ମାମଲା ଚିହ୍ନଟ ହେବା ପରେ ଶୁକ୍ରବାର ଦିନ ଦିଲ୍ଲୀର ଦୈନିକ କୋଭିଡ ମାମଲା ୧୫% ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ଜାରି ରହିଥିବାରୁ ରାଜଧାନୀ ଦିଲ୍ଲୀରେ ଅନେକ କୋଭିଡ୍ ପ୍ରତିବନ୍ଧକ ଲଗାଯାଇଛି । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଏକ ସପ୍ତାହାନ୍ତି କର୍ଫ୍ୟୁ ରଖାଯାଇଛି । ଏହି ଘଣ୍ଟା ମଧ୍ୟରେ କେବଳ ଜରୁରୀ ସେବାଗୁଡିକ ଅନୁମତି ଦିଆଯିବ । ଓମିକ୍ରନ୍ ସମଗ୍ର ବିଶ୍ୱରେ ରେକର୍ଡ ସଂଖ୍ୟକ ମାମଲା ସୃଷ୍ଟି କରୁଛି । ଯଦିଓ ଏହା କମ୍ ଗୁରୁତର ।

ହେଲେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ତୃତୀୟ ଲହର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିଗାଡିଦେବ । ଦକ୍ଷିଣ ଆଫ୍ରିକାରେ ଏହି କ୍ରମାନୁସାରେ ଛଅ ସପ୍ତାହ ପରେ କମିଯାଇଥିଲା । AFP ରିପୋର୍ଟ ଅନୁଯାୟୀ, ଏହି ସପ୍ତାହରେ ହାରାହାରି ନୂତନ ଦୈନିକ ମାମଲା ପ୍ରାୟ ଦୁଇ ନିୟୁତ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି COVID-19 ପ୍ରକାରର ନୂଆ ଭାରିଆଣ୍ଟ ଅନେକ ମିଶ୍ରଣର ବାହକ ହୋଇପାରେ ।

Show More

Related Articles

Back to top button