Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ଆସନ୍ତା ୧୦ରୁ ରାଜ୍ୟରେ ବର୍ଷା ସମ୍ଭବନା

ଓଡିଶା ଉପରେ ନିର୍ଦ୍ଧିଷ୍ଟ କୌଣସି ପାଣିପାଗ ପ୍ରଭାବ ନାହିଁ । ତେଣୁ ଆସନ୍ତା ୨ ଦିନ ଯାଏଁ ପାଗ ଶୁଖିଲା ରହିବ । ତେବେ ଗତକାଲି ସୃଷ୍ଟି ହୋଇଥିବା ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ବଙ୍ଗୋପସାଗରର ପୂର୍ଵ ଦିଗରୁ ଉଷ୍ମ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ରାତ୍ରି ତାପମାତ୍ରା ଆଗାମୀ ୩ ଦିନ ଯାଏଁ ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ ।

ଏଥିସହ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୧୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୦ରେ ପଶ୍ଚିମ ଓଡିଶା ଏବଂ ୧୧ରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Show More

Related Articles

Back to top button