ବାଣିଜ୍ୟ

ପାକିସ୍ତାନରେ ପୁଣି ବଢିଲା ତୈଳ ଦର

ପେଟ୍ରୋଲ ଦାମ୍ ଛୁଇଁଲା ୨୩୩ ଟଙ୍କା

ପାକିସ୍ତାନରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ୍ । ଲିଟର ପିଛା ପେଟ୍ରୋଲ ୨୩୩.୮୯ ଟଙ୍କାରେ ପହଁଚିଯାଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକିସ୍ତାନ ପୁଣି ପେଟ୍ରୋଲର ଦାମ୍ ୨୪ ଟଙ୍କା ବୃଦ୍ଧି କରିଛି । ସେହିପରି ଡିଜେଲ ଦାମ୍ ମଧ୍ୟ ୧୬.୩୧ ଟଙ୍କା ବଢି ୨୬୩.୩୧ ହୋଇଯାଇଛି । ପାକ୍ ସରକାର ବୁଧବାର ତୈଳଦର ବୃଦ୍ଧି ନେଇ ଘୋଷଣା କରିଥିଲେ । ଗତ ୨୦ ଦିନ ମଧ୍ୟରେ ତୈଳଦରରେ ତୃତୀୟ ଥର ପାଇଁ ବୃଦ୍ଧି ଘଠିଛି । ବୁଧବାର ମଧ୍ୟ ରାତ୍ରରୁ ନୂଆ ଦର ଲାଗୁ ହୋଇଯାଇଛି ।

କେବଳ ପେଟ୍ରୋଲ ଓ ଡିଜେଲ ନୁହେଁ, କିରାସିନୀ ମଧ୍ୟ ୨୯.୪୯ ଟଙ୍କା ବୃଦ୍ଧି ପାଇ ୨୧୧.୪୩ ଟଙ୍କାରେ ପହଁଚିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବଢିଛି । ତେଣୁ ଲୋକଙ୍କ ଉପରେ ବୋଝ ଲଦାଯାଉଛି । ଏହାର ଅନ୍ୟ ବିକଳ୍ପ ନାହିଁ ବୋଲି ପାକ୍ ଅର୍ଥମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୦ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଲିଟ୍ର ପିଛା ୮୪ ଟଙ୍କା ବଢିଲାଣି । ଏହାକୁ ନେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳଦର ଲିଟର ପିଛା ୧୨୦ ଡଲାର ରହିଛିଲା । ଦରବୃଦ୍ଧି ସତ୍ତ୍ୱେ ସରକାର ତୈଳ ଦାମରେ କ୍ଷତି ସହୁଛନ୍ତି । ସରକାର ପେଟ୍ରୋଲ ସବସିଡି ଉପରେ ୧୨୦ ଅରବ ଡଲାର ଖର୍ଚ୍ଚ କରୁଛନ୍ତି । ତେବେ ଏପରି ସ୍ଥିତି ପୂର୍ବରୁ କେବେ ହୋଇନଥିଲା ବୋଲି ସେ ମାନିଛନ୍ତି ।

Show More

Related Articles

Back to top button