ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ଯୌତୁକ ଯୁଇରେ ବଳି ପଡିଲା ପୁଣି ଏକ ନବବଧୂ

ବାଲେଶ୍ୱର : ଯୌତୁକ ଯୁଇରେ ବଳି ପଡିଲା ପୁଣି ଏକ ନବବଧୂ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧୀନ ଛଣପୁର ଗାଁରେ । ଶ୍ୱଶୁର ଘର ଲୋକ ପିଟି ପିଟି ହତ୍ୟା କରିଥିବା  ମୃତ ନବବଧୂଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାନୁସାରେ, ୨୦୨୧ ଜୁନ ୬ରେ ବାଲିଆପାଳ ବ୍ଲକ ସିଂଲା ଥାନା ଅଧୀନ ବୋଳଂ ଗ୍ରାମର ଗଙ୍ଗାଧରଙ୍କ ଝିଅ ଏବଂ ଶିଳ୍ପାଞ୍ଚଳ ଥାନା ଅଧୀନ ସୂତେଇ ପଞ୍ଚାୟତ ଛଣପୁର ଗାଁର ସୁରେନ୍ଦ୍ର ବେହେରାଙ୍କ ସାନ ପୁଅ କାଶୀନାଥଙ୍କ ମଧ୍ୟରେ ବିବାହ ହୋଇଥିଲା । ଗତ ବୁଧବାର ଦିନ ୧ଟା ବେଳେ ଶ୍ୱଶୁର ସୁରେନ୍ଦ୍ର ବେହେରା, ସ୍ୱାମୀ କାଶୀନାଥ ମିଶି ତାଙ୍କୁ ପିଟି ପିଟି ମାରିଦେଇଥିବା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସ୍ୱାମୀ, ଶ୍ୱଶୁରଙ୍କୁ ପୁଲିସ ଅଟକ ରଖିଛି । ଶାଶୂ ସମ୍ପର୍କୀୟ ଘରକୁ ଚାଲି ଯାଇଥିବା ପୁଲିସ କହିଛି । ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ବୋଲି ଥାନା ଅଧିକାରୀ ବସନ୍ତ ଜେନା କହିଛନ୍ତି ।

 ମୃତ ନବବଧୂଙ୍କ ପରିବାର ଲକଙ୍କେକ କହିବା ମୁତାବକ , କାଶୀନାଥଙ୍କର ବାଲେଶ୍ୱର ସହରରେ ଏକ ମୋବାଇଲ ଦୋକାନ ଅଛି । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା । ତଥାପି ପରେ ବର ଘର ପକ୍ଷରୁ ସ୍ୱାମୀ, ଶାଶୂ ମିଶି ଅଧିକ ଯୌତୁକ ପାଇଁ ମୀନାକ୍ଷିଙ୍କୁ ନିର୍ଯାତନା ଦେଉଥିଲେ । ବାରମ୍ବାର ନିର୍ଯାତନା ସହି ନପାରି ମୀନାକ୍ଷି ନିଜ ବାପା ଓ ମାଉସୀଙ୍କୁ ଘଟଣା ସମ୍ପର୍କରେ ଜଣାଉଥିଲେ । ମାତ୍ର ବାପା ଗଙ୍ଗାଧର ଏକ ଦୋକାନରେ କାର୍ଯ୍ୟ କରୁଥିବାରୁ ଆର୍ଥିକ ବୋଝ ପାଇଁ ତାହା ପୂରଣ କରିପାରିନଥିଲେ ।

 

Show More

Related Articles

Back to top button