ଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ୧୫ ଡିଗ୍ରୀ ତଳେ ୮ ସହର

ଆଗକୁ ଭୟଙ୍କର ଶୀତ

ଆସନ୍ତା ୨୦ ତାରିଖରେ ରାଜ୍ୟରେ ହାଡ଼ ଭଙ୍ଗା ଜାଡ଼ ଅନୁଭୂତ ହେବ । ଅନେକ ଜାଗାରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଯିବ । ୧୯, ୨୦ ଓ ୨୧ ତାରିଖ ତିନି ଦିନ ରାଜ୍ୟରେ ପ୍ରବଳ ଶୀତ ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ସୋମବାର ରାଜ୍ୟର ୮ଟି ସହରରେ ପାରଦ ୧୫ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ହୋଇଛି । ବଲାଙ୍ଗୀରରେ ୧୨.୮, ଫୁଲବାଣୀରେ ୧୩, ଟିଟିଲାଗଡ଼ରେ ୧୩.୩, କୋରାପୁଟରେ ୧୪, ଝାରସୁଗୁଡ଼ାରେ ୧୪.୪, କେନ୍ଦୁଝରରେ ୧୪.୮ ଓ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୧୪.୮ଡିଗ୍ରୀ ସେଲସିୟସ୍‌ ରହିଛି ।

ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରୀ ରହିଛି । ଆସନ୍ତା ୧୫ତାରିଖରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ତାପମାତ୍ରା କମିବ । ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ କମିଯିବ ବୋଲି ପ୍ରଫେସର ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମଙ୍ଗଳବାର ସକାଳୁ ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୪ରୁ ଶୀତ ବଢ଼ିବ । ଏବେ ରାଜ୍ୟରେ ଆକାଶ ନିର୍ମଳ ହେବା ସହ ପାଗ ଖରାଟିଆ ରହିବ । ସେହିଭଳି ରାତିବେଳା ଅଧିକ କାକର ପଡ଼ିବ । କୁହୁଡ଼ି ସମ୍ଭାବନା କମ୍‌ । ଉତ୍ତରା ପବନ ବହିବ ବୋଲି ସେ କହିଛନ୍ତି । ଆସନ୍ତା ୧୮ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର କୌଣସରି ପ୍ରଭାବ ରହିବନି ବୋଲି ସେ କହିଛନ୍ତି ।

Show More

Related Articles

Back to top button