Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଧୀରେ ଧୀରେ ସବଳରୁ ଦୁର୍ବଳ ହେଉଛି ବର୍ଷାର ପରିମାଣ

ରାଜ୍ୟରେ ଆଜି ସଂଧ୍ୟାରୁ କମିବ ବର୍ଷାର ପରିମାଣ ।

ତେବେ ରାଜ୍ୟରେ ପ୍ରବଳ ବର୍ଷା ଅବା କୁଆପଥର ମାଡ଼ର ସମ୍ଭବନା ନାହିଁ । ପଶ୍ଚିମା ଝଡ଼ ସହ ବାୟୁମଣ୍ଡଳ ଉପରି ଭାଗରେ ଥିବା ଟ୍ରପ ଲାଇନ ଧୀରେ ଧୀରେ ଦୁର୍ବଳ ହେଉଛି । ଫଳରେ ରାଜ୍ୟରେ ଅଧିକ ବର୍ଷା ହେବ ନାହିଁ । ଏନେଇ ପାଣିପାଗ ବିଶେଷଜ୍ଞ ତଥା ସୋଆ ସିଇସି ନିର୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୨୪ ଘଣ୍ଟାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ।

ଏଥିସହ ପାଗ କୋହଲା ଏବଂ ଥଣ୍ଡା ପବନ ଅନୁଭୂତ ହୋଇପାରେ । ମୁଖ୍ୟତଃ ଆସନ୍ତା ୨ ଘଣ୍ଟା ମଧ୍ୟରେ ଅନୁଗୁଳ, ଜୟପୁର, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ମୟୁରଭଂଜ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏନେଇ ଏ ସମସ୍ତ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Show More

Related Articles

Back to top button