ଓଡ଼ିଶା

ରାଜ୍ୟରେ ୧୬ଜିଲ୍ଲାରେ ବର୍ଷାର ଅଭାବ

ରାଜ୍ୟରେ ଶୁଭିଲାଣି ମରୁଡିର ପଦଧ୍ୱନି

ରାଜ୍ୟରେ ଶୁଭିଲାଣି ମରୁଡ଼ିର ପଦଧ୍ବନି। ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଠାରୁ ୨୨ ପ୍ରତିଶତ କମ ବର୍ଷା ହୋଇଛି । ୩ ଜିଲ୍ଲା ସର୍ବାଧିକ ପ୍ରଭାବିତ। ଏପଟେ କୃଷି ବୈଜ୍ଞାନିକ କହିଲେଣି ୮ରୁ ୧୦ ଦିନ ଭିତରେ ଭଲ ବର୍ଷା ନହେଲେ ,ଅବସ୍ଥା ଅସମ୍ଭାଳ ହେବ ।ବର୍ଷା ହେଉଛି। ହୀରକୁଦ ଡ୍ୟାମ ଫୁଲ । ୧୪ଟା ଗେଟ ଖୋଲାଯାଇ ବନ୍ୟାଜଳ ଛଡାଯାଉଛି। ହେଲେ ଚାଷକୁ ଅଣ୍ଟୁନି ପାଣି। ମରୁଡି ପଦଧ୍ବନି ଶୁଭିଲାଣି। କାରଣ ଜୁନ ୧ରୁ ଜୁଲାଇ ୨୮ ତାରିଖ ସୁଦ୍ଧା ୫୨୬.୬ ମିଲିମିଟର ବର୍ଷା ହେବା କଥା ହେଲେ ବର୍ତ୍ତମାନ ସୁଦ୍ଧା ୪୧୩.୨ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ବଭାବିକ ବର୍ଷା ଠାରୁ ୨୨ ପ୍ରତିଶତ କମ। ଚଳିତ ବର୍ଷ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ଯାଜପୁର, ସମ୍ବଲପୁର, ଝାରସୁଗୁଡା, ଏବଂ ଅନୁଗୁଳ ଜିଲ୍ଲାରେ ସ୍ବାଭାବିକ ଠାରୁ ୨୦ରୁ ୫୯ ପ୍ରତିଶତ କମ ବର୍ଷା ହୋଇଛି। ବିଶେଷକରି ଯାଜପୁର, ଭଦ୍ରକ ଏବଂ ବାଲାଙ୍ଗିର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଯାଜପୁରରେ ୪୮ପ୍ରତିଶତ, ଭଦ୍ରକରେ ୪୪ ପ୍ରତିଶତ, ବଲାଙ୍ଗିରରେ ୪୧ ପ୍ରତିଶତ କମ ବର୍ଷା ହୋଇଛି। ଏପଟେ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ୍ବେଲ ମାର୍କ ଲୋପ୍ରେସରରେ ପରିଣତ ହେଲାଣି। ପଶ୍ଚିମବଙ୍ଗ, ଝାଡଖଣ୍ଡ, ଏବଂ ବିହାର ଦେଇ ଗତି କରିବ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ।

ଏପଟେ ବିଶେଷଜ୍ଞ କହିବା କଥା ଏବେ ୮ରୁ ୧୦ ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ଏହି ସମୟରେ ଚାଷୀ ମାନେ ଧାନ ରୁ୍ଆ ଆଦି କାର୍ଯ୍ୟ କରିଥାନ୍ତି । ତେଣୁ ଯଦି ଏହି ସମସୟରେ ଆବଶ୍ୟକ ପରିମାଣ ବର୍ଷା ନ ହେବ ତାହେଲେ ମରୁଡି ହେବା ସୁନିଶ୍ଚିତ। ବର୍ତ୍ତମାନ ଯେଉଁ ବର୍ଷା ହେଉଛି ତଳିଆ ଅଞ୍ଚଳ ଜମି ପାଇଁ ଭଲ । ହେଲେ ଉଚ୍ଚ ଏବଂ ମଧ୍ୟମ ଜମି ପାଇଁ ଅଗଷ୍ଟ ୧୫ ଦିନ ଭିତରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟରେ ବାଧା ଉପୁଯିବ। ବର୍ତମାନ ଲଘୁଚାପ ସୃଷ୍ଟି ହୋଇଛି ତା ପ୍ରଭାବରେ ଯଦି ଏହି ସବୁ ଜିଲ୍ଲାରେ ଭଲ ବର୍ଷା ହେବ ତାହେଲେ ଏକ ପ୍ରକାର ଭରଣା କରିହେବ ବୋଲି କହିଛନ୍ତି କୃଷି ବେୈଜ୍ଞାନିକ।ଚଳିତ ବର୍ଷ ମୌସୁମୀ ଠିକ ସମୟରେ ଆସିଥିଲେ ସୁଦ୍ଧା କୌଣସି ଜିଲ୍ଲାରେ ୫ଶହ ମିଲିମିଟର ବର୍ଷା ହୋଇନି। କିନ୍ତୁ ଗତ ବର୍ଷ ଏହି ସମୟରେ ୧୦ ଜିଲ୍ଲାରେ ୫୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଏହି ଭଳି ଯଦି ନିଆଣ୍ଟିଆ ବର୍ଷା ଲାଗି ରହିଲେ ଅଧିା ଜିଲ୍ଲାରେ ମରୁଡି ସ୍ଥିତି ଉପୁଯିବା ଆଶଙ୍କା ରହିଛି।

Show More

Related Articles

Back to top button