Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଓଡିଶାରେ ଆଜିଠୁ ୨ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର : ଓଡିଶାରେ ଦୁଇ ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ । ୨୭ ଓ ୨୮ ତାରିଖରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ସାରା ଓଡିଶାରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସଂଘ ଏକ ପ୍ରେସ ଜରିଆରେ କହିଛି । ଏହି ସମୟରେ ପେଟ୍ରୋଲ ପମ୍ପ ମାନେ ପେଟ୍ରୋଲ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ବନ୍ଦକୁ ଇଣ୍ଡିଆନ୍ ଅଏଲ୍, ହିନ୍ଦୁସ୍ଥାନ ପେଟ୍ରୋଲିୟ ଏବଂ ଭାରତ ପେଟ୍ରୋଲିୟମ ମଧ୍ୟ ସମର୍ଥନ କରିଛନ୍ତି । ସଂଘର କହିବା ଅନୁସାରେ, କେନ୍ଦ୍ର ସରକାର ତେଲଦର କମାଇବା ପରେ ଡିଲରମାନେ କ୍ଷତି ସହିଛନ୍ତି ।ପେଟ୍ରୋଲ ସାମଗ୍ରୀ ଅର୍ଡର ବେଳେ ହଠାତ ଟିକସ ହ୍ରାସ ହୋଇଛି । ଏହା ନେଇ ସଂଘ ବନ୍ଦ ଡକରା ଦେଇଛି । ତେବେ ବନ୍ଦକୁ ନେଇ ସଂଘ ମଧ୍ୟରେ ଫାଟ ଦେଖାଦେଇଛି । ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ବନ୍ଦକୁ ସମର୍ଥନ କରୁଥିବାବେଳେ ଅନ୍ୟ ଏକ ସଂଘ ବନ୍ଦରୁ ଦୁରେଇ ରହିଛି । ଫଳରେ କିଛି ପେଟ୍ରୋଲ ପମ୍ପ ଖୋଲା ରହିବାବେଳେ ଆଉ କିଛି ବନ୍ଦ ରହିବ ବୋଲି ଜଣାପଡିଛି । ତେବେ ଇଣ୍ଡିଆନ୍ ଅଏଲ, ଏଚପି ଏବଂ ଭାରତୀୟ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ ସ୍ପଷ୍ଟ କରିଛନ୍ତି । କିନ୍ତୁ ଅନ୍ୟ କେଉଁ କେଉଁ ପେଟ୍ରୋଲ ପମ୍ପ ବନ୍ଦ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Show More

Related Articles

Back to top button