ଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ

କାମାକ୍ଷାନଗର: ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ୍ । ଏଭଳି ମର୍ମନ୍ତୁଦ ଦୂର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ । ଏକ ଶ୍ରମିକ ବୋଝେଇ ଟ୍ରକ ଓଲଟି ୨୦ ଜଣ ଶ୍ରମିକ ଆହତ ହେବାସହ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣ ଗୁରୁତରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁଯାୟୀ , ସମସ୍ତ ଶ୍ରମିକ ମାନେ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରୁକସନ କମ୍ପାନୀର ଅଟନ୍ତି । ମୁକ୍ତାପଶିରୁ ରେଲୱେ କାର୍ଯ୍ୟ ସାରି କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟକୁ ଯାଉଥିବା ବେଳେ ବଡଝରା ନିକଟରେ  ଏପରି ଦୂର୍ଘଟଣା ଘଟିଛି ।

ଶ୍ରମିକ ମାନଙ୍କ କହିବା ଅନୁଯାୟୀ , ଡ୍ରାଇଭର ମଦ୍ୟପାନକରି ବେପାରୁଆ ଭାବେ ଗାଡି ଚଲେଇବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି । ତେବେ କିପରି ଏବଂ କେଉଁ ପରିସ୍ଥିତିରେ ସମ୍ପୃକ୍ତ ଠିକାସଂସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକରେ ନେଇ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Show More

Related Articles

Back to top button