Breaking PLUSଦେଶ ବିଦେଶମୁଖ୍ୟ ଖବର

LAC ନିକଟରେ ଥିବା ଗୁରୁତ୍ୱପୂର୍ଣ୍ଣ ପୋଷ୍ଟକୁ ଦଖଲ କରିବା ନେଇ ମେ ମାସରେ ଭାରତୀୟ ସେନାକୁ ଦିଆଯାଇଥିଲା ନିର୍ଦ୍ଦେଶ

ଭାରତ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । 'ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)' ନିକଟରେ ଥିବା 6 ରୁ 7 ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦଖଲ କରିବା ପାଇଁ ଭାରତୀୟ ସେନାକୁ ମେ ମାସରେ ହିଁ ନିର୍ଦ୍ଦେଶ ଦିଆଯାଇଥିଲା । ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଭାରତ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ‘ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)’ ନିକଟରେ ଥିବା 6 ରୁ 7 ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦଖଲ କରିବା ପାଇଁ ଭାରତୀୟ ସେନାକୁ ମେ ମାସରେ ହିଁ ନିର୍ଦ୍ଦେଶ ଦିଆଯାଇଥିଲା । ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଅଗଷ୍ଟ-ଶେଷରେ ଭାରତୀୟ ସେନା ଚୀନ୍ ସୈନ୍ୟଙ୍କୁ ଚକମା ଦେଖାଇ ମୁକପାରି, ରେଜାଙ୍ଗ ଲା, ରେଚିନ୍ ଲା ଗୁରୁଙ୍ଗ ହିଲ୍ ଉପ-ସେକ୍ଟରରେ ପାଙ୍ଗୋଙ୍ଗ ସୋ’ର ଦକ୍ଷିଣ ସୀମା ଦଖଲ କରିନେଇଥିଲା ।

ଅଧିକାରୀ କହିଛନ୍ତି ଯେ ଭାରତର କିଛି ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷ ବୈଠକରେ ସୀମାରେ ଥିବା ଗୁରୁତ୍ୱପୂର୍ଣ୍ଣ 6 ରୁ 7 ଟି ସ୍ଥାନକୁ ଅକ୍ତିଆର କରିବା ପାଇଁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଥିଲା । ଏହି ପୋଷ୍ଟଗୁଡିକର ମହତ୍ତ୍ୱ ବିଷୟରେ ସୂଚନା ପ୍ରଦାନ କରି ଅଧିକାରୀ କହିଛନ୍ତି ଯେ ଭାରତୀୟ ସେନା ଦଖଲ କରିଥିବା କିଛି ପୋଷ୍ଟ ଗୁଡିକ ଏଲଏସି ଠାରୁ ଆଗରେ ମଧ୍ୟ ରହିଛି । ଭାରତୀୟ ସେନା ଏହି ସବୁ ଅଞ୍ଚଳକୁ ଜବରଦସ୍ତ ଦଖଲ କରିନେବାପରେ ଚୀନ ବାଧ୍ୟ ହୋଇ ଭାରତ ସହ ଆଲୋଚନା କରିବା ପାଇଁ ବୈଠକକୁ ଆସିଥିଲା ।

Show More

Related Articles

Back to top button