Breaking PLUSଓଡ଼ିଶାମୁଖ୍ୟ ଖବର

ଭାରତ ବନ୍ଦ ସମୟରେ କଟକରେ ଉତ୍ତେଜନା, ଘରୋଇ ବ୍ୟାଙ୍କରେ ପଶି ଭଙ୍ଗାରୁଜା କଲେ କଂଗ୍ରେସ କର୍ମୀ

ଭାରତ ବନ୍ଦ ବେଳେ କଟକରେ ଉତ୍ତେଜନା । ବନ୍ଦ ଡାକରା ସମୟରେ ବି ବ୍ୟାଙ୍କ୍ ଖୋଲାଥିବାରୁ ବାଦାମବାଡ଼ିର ଏକ ଘରୋଇ ବ୍ୟାଙ୍କରେ ପଶି ଭଙ୍ଗାରୁଜା କରିଛନ୍ତି କଂଗ୍ରେସ କର୍ମୀ । ବ୍ୟାଙ୍କ ଆଶିଂକ ଖୋଲା ଥିବାରୁ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି ।

ଭାରତ ବନ୍ଦ ବେଳେ କଟକରେ ଉତ୍ତେଜନା । ବନ୍ଦ ଡାକରା ସମୟରେ ବି ବ୍ୟାଙ୍କ୍ ଖୋଲାଥିବାରୁ ବାଦାମବାଡ଼ିର ଏକ ଘରୋଇ ବ୍ୟାଙ୍କରେ ପଶି ଭଙ୍ଗାରୁଜା କରିଛନ୍ତି କଂଗ୍ରେସ କର୍ମୀ । ବ୍ୟାଙ୍କ ଆଶିଂକ ଖୋଲା ଥିବାରୁ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି । ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚିବା ସହ ଭଙ୍ଗାରୁଜା କରୁଥିବା କଂଗ୍ରେସ କର୍ମୀମାନଙ୍କୁ ଅଟକାଇଥିଲା ଏହାକୁ ନେଇ ସେଠାରେ ପୋଲିସ ଓ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଏହା ପରେ ପୋଲିସ ସେଠାରୁ କିଛି କଂଗ୍ରେସ କର୍ମୀମାନଙ୍କୁ ଉଠାଇ ନେଇଯାଇଥିବା ଜଣାପଡିଛି ।

Show More

Related Articles

Back to top button