Breaking PLUSଓଡ଼ିଶାମୁଖ୍ୟ ଖବର

ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କେଵଳ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ମୋଦୀଙ୍କୁ ବିରୋଧ କରୁଛନ୍ତି

କୃଷି ବିଲକୁ ବିରୋଧ କରି ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି  । ସାମ୍ୱାଦିକ ସମ୍ମିଳନୀରେ ସଭାପତି ସମୀର ମହାନ୍ତିଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଠାକୁର ରଣଜିତ ଦାସ ଓ ସୁରଥ ବିଶ୍ୱାଳ ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

କୃଷି ବିଲକୁ ବିରୋଧ କରି ଭାରତ ବନ୍ଦ ଡାକରାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି  । ସାମ୍ୱାଦିକ ସମ୍ମିଳନୀରେ ସଭାପତି ସମୀର ମହାନ୍ତିଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର, ମୁଖପାତ୍ର ଠାକୁର ରଣଜିତ ଦାସ ଓ ସୁରଥ ବିଶ୍ୱାଳ ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ସ୍ଵାଧୀନତାର 7 ଦଶନ୍ଧି ଧରି ରାଜ୍ୟ ଓ ଦେଶର ଚାଷୀ ମାନଙ୍କ ପାଇଁ ଯାହା ହୋଇପାରିନଥିଲା ତାହା ଗତ 6 ବର୍ଷ ଭିତରେ ମୋଦି ସରକାର କରିଛନ୍ତି । ଜନଧନ ଖାତା, ସର୍ବନିମ୍ନ ସହାୟକ ମୂଲ୍ୟ ଵୃଦ୍ଧି, ମନରେଗାରେ କାମ, ଜାତୀୟ କୃଷି ବଜାରର ସୁବିଧା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ, ପ୍ରଧାନମନ୍ତ୍ରୀ ସଡକ ଯୋଜନା, କୃଷକ ପେନସନ ଯୋଜନା ଭଳି ଅନେକ ଯୋଜନା ଦେଶର କୃଷକ ମାନଙ୍କର କଲ୍ୟାଣ ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଛନ୍ତି । ଯେଉଁ କୃଷି ବିଳ୍ ଆସିଛି ଏହାଦ୍ୱାରା ଦଲାଲ ମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ସେମିତି କିଛି ରାଜ୍ୟ ଗୁଡ଼ିକରେ ବିରୋଧ କରାଯାଉଛି ।

ନିମ କୋଟେଡ଼ ୟୁରିଆ କେନ୍ଦ୍ର ସରକାର ଯୋଗାଇଦେଇଛନ୍ତି । ଖୋଲା ବଜାରରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିପାରିବ । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ କେଵଳ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ମୋଦୀଙ୍କୁ ବିରୋଧ କରୁଛନ୍ତି । ଆସିଥିବା କୃଷି ନିୟମ ଅନୁଯାୟୀ କୃଷକ ମାନେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶାରେ ଗତବର୍ଷ ରେକର୍ଡ ପରିମାଣର ଧାନ ବିକ୍ରୀ କରିଥିଲେ । 2009-10ରୁ 2013-14 ୟୁପିଏର ଶେଷ ଶାସନ ବର୍ଷ ତୁଳନାରେ ତାପରେ କୃଷକ ମାନଙ୍କ ଠାରୁ ଅଧିକ ଧାନ ବିକ୍ରି କିଣାଯାଇଛି । ରାଜ୍ୟର 3500 ମଣ୍ଡିରେ ଧାନ ବିକ୍ରିକୁ ଜଗିବେ ବିଜେପି କୃଷକ ମୋର୍ଚ୍ଚା ନେତା । ଆଜିର ବନ୍ଦ ଜରିଆରେ କଂଗ୍ରେସ ନିଜର ସ୍ଥିତି ବଞ୍ଚାଇବା ପାଇଁ  ଉଦ୍ୟମ କରୁଛି । ବିଜେଡିର ଭୂମିକା ଅସ୍ପଷ୍ଟ । ବାସ୍ତବତା ହେଲା ମୋଦି ସବୁବେଳେ କୃଷକ ସପକ୍ଷରେ । ପ୍ରତିଟି ଯୋଜନା କୃଷକଙ୍କ ପାଇଁ ଉତ୍ସର୍ଗୀକୃତ ।

Show More

Related Articles

Back to top button