Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଶେଷ ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍

୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୩୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୬୧ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୨୩ଜଣ, ବରଗଡ଼ ଜିଲ୍ଲାରୁ ୧୨୫ଜଣ, ଭଦ୍ରକ ଜିଲ୍ଲାରୁ ୧୩୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୦୦,

 

Corona Virus COVID-19

ବୌଦ୍ଧ ଜିଲ୍ଲାରୁ ୮୩ଜଣ, କଟକ ଜିଲ୍ଲାରୁ ୭୬୬ଜଣ, ଦେଓଗଡ଼ ଜିଲ୍ଲାରୁ ୫୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫୭ଜଣ, ଗଜପତି ଜିଲ୍ଲାରୁ ୯୩ଜଣ, ଗଞ୍ଜାମ ଜିଲ୍ଲାରୁ ୧୧୬ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୩ଜଣ, ଯାଜପୁର ଜିଲ୍ଲାରୁ ୨୭୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩୨ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫୩ଜଣ, କନ୍ଧମାଳ ଜିଲ୍ଲାରୁ ୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୨୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪୬୯ଜଣ, କୋରାପୁଟ ଜିଲ୍ଲାରୁ ୧୯୬ଜଣ, ମାଲକାନଗିରି ଜିଲ୍ଲାରୁ ୫୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୯୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩୭ଜଣ, ନୟାଗଡ଼ ଜିଲ୍ଲାରୁ ୧୪୯ଜଣ, ନୂଆପଡ଼ା ଜିଲ୍ଲାରୁ ୧୦୪ଜଣ, ପୁରୀ ଜିଲ୍ଲାରୁ ୧୮୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୮୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୨ଜଣ, ସୋନପୁର ଜିଲ୍ଲାରୁ ୧୫୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୧୬ଜଣ, ଷ୍ଟେଟ ପୁଲ୍‌ରୁ ୭୫୯ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୫୫୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦୯୧୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୬୬୦୩୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୭୭୨୫୬୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button