Breaking PLUSଆଇନ କାନୁନଦେଶଦେଶ ବିଦେଶମୁଖ୍ୟ ଖବର

ଛେଳିକୁ ବଳି ବଦଳରେ, ଧରିଥିବା ବ୍ୟକ୍ତିଙ୍କ ଗଡ଼ିଲା ମୁଣ୍ଡ

ଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ । ବେକ କାଟିବା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ପରେ ପୋଲିସ୍ ହତ୍ୟାକାରୀକୁ ଗିରଫ କରିଛି ।

ଚିତ୍ତୋର : ପୂରା ନିଶାରେ ଚୁର ଥିଲେ ବଳି ଦେଉଥିବା ବ୍ଯକ୍ତି। ବଳି ପାଇଁ ଥିବା ଛେଳିକୁ ହାଣିବା ବଦଳରେ, ଛେଳିକୁ ଧରିଥିବା ବ୍ୟକ୍ତିଙ୍କୁ ହାଣିଲେ ସମ୍ପୃକ୍ତ ବ୍ୟକ୍ତି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଯାହା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ । ବେକ କାଟିବା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ପରେ ପୋଲିସ୍ ହତ୍ୟାକାରୀକୁ ଗିରଫ କରିଛି । ସୂଚନା ଯେ, ଚିତ୍ତୋରର ବଲସାପଲ୍ଲେ ଅଞ୍ଚଳରେ ଏହି ଘଟଣା ଘଟିଛି । ସଂକ୍ରାନ୍ତି ଅବସରରେ ଏଠାରେ ଏକ ମନ୍ଦିରରେ ବଳିର ଆୟୋଜନ ହୋଇଥିଲା । ଅଭିଯୁକ୍ତ ଜଣକ ପଶୁଙ୍କୁ ବଳି ଦେଉଥିଲା । ୩୫ ବର୍ଷିୟ ସୁରେଶ ବଳି ପଡ଼ିବାକୁ ଥିବା ଛେଳିକୁ ଧରିଥିଲା । ସେ ସମୟରେ ଅଚାନକ ଛେଳି ଜାଗାରେ ସୁରେଶର ବେକକୁ କାଟି ଦେଇଥିଲା ଅଭିଯୁକ୍ତ ।

ପୋଲିସ୍ କହିବାନୁସାରେ, ଅଭିଯୁକ୍ତ ଜଣକ ନିଶାରେ ଥିଲା । ଫଳରେ କାଟିବାକୁ ଥିବା ଅସ୍ତ୍ରରେ ଛେଳି ବଦଳରେ ସୁରେଶର ବେକକୁ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ସୁରେଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Show More

Related Articles

Back to top button