ଦେଶ ବିଦେଶସ୍ୱାସ୍ଥ୍ୟ

ଦେଶରେ ବର୍ତ୍ତମାନ ସୁଦ୍ଧା ଦିଆଗଲାଣି ୩୭ କୋଟିରୁ ଉର୍ଦ୍ଧ୍ବ ଭ୍ୟାକସିନ ଡୋଜ୍

ସୁସ୍ଥ ହାର ୯୭.୨୦ ପ୍ରତିଶତ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୩୭ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଭ୍ୟାକସିନ ଡୋଜ୍ ଦିଆସରିଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୩୭ କୋଟି ୬୦ ଲକ୍ଷ ୩୨ ହଜାର ୫୮୬ କୋଟି ଟିକା ଦିଆସରିଛି । ସେଥି ମଧ୍ୟରୁ ୩୦ କୋଟି ୩୧ ଲକ୍ଷ ୭୧ ହଜାର ୪୯୮ ଜଣ ପ୍ରଥମ ଡୋଜ ଭ୍ୟାକସିନ ନେଇସାରିଥିବା ବେଳେ ୭ କୋଟି ୨୮ ଲକ୍ଷ ୬୧ ହଜାର ୮୮ ଜଣ ଦ୍ବିତୀୟ ଡୋଜ ଭ୍ୟାକସିନ ନେଇସାରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଭ୍ୟାକସିନ୍ ଦିଆଯାଇଛି ।

କୋଭିଡ ଯୁଦ୍ଧରେ ସାମିଲ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧କୋଟି ୨ ଲକ୍ଷ ୪୭ ହଜାର ୮୬୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୭୪ ଲକ୍ଷ ୨ ହଜାର ୯୮ ଜଣଙ୍କୁ କୋଭିଡର ଦ୍ବିତୀୟ ଡୋଜ ଟିକା ଦିଆସରିଛି । ସେହିଭଳି ୧ କୋଟି ୭୬ ଲକ୍ଷ ୬୪ ହଜାର ୭୫ ଜଣ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ କୋଭିଡ ଟିକା ଏବଂ ୯୮ ଲକ୍ଷ ୯୧ ହଜାର ୫୦ ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆ ସରିଛି ।

୧୮ ରୁ ୪୪ ବର୍ଷ ୧୧,୧୮,୧୯,୫୭୦ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆସରିଥିବା ବେଳେ ୩୭,୦୧,୬୯୨ ଜଣଙ୍କୁ ଦ୍ବିତୀୟ ଡୋଜ ଭ୍ୟାକସିନ ଦିଆସରିଛି । ସେହିଭଳି ୪୫ ରୁ ୫୯ ବର୍ଷ ମଧ୍ୟରେ ୯,୩୩,୬୬,୨୩୦ ଜଣ ପ୍ରଥମ ଡୋଜ ଏବଂ ୨,୩୫,୫୩,୯୮୮ ଜଣ ଦ୍ବିତୀୟ ଡୋଜ ଟିକା ନେଇସାରିଛନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ବ ୭ କୋଟି ୭୩ ହଜାର ୭୬୧ ଜଣଙ୍କୁ ପ୍ରଥମ ଡୋଜ ଏବଂ ୨,୮୩,୧୨,୨୬୦ ଜଣଙ୍କୁ ଦ୍ବିତୀୟ ଡୋଜ ଭ୍ୟାକସିନ ଦିଆସରିଛି ।

ସଂକ୍ରମଣ କଥା କହିବାକୁ ଗଲେ, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୯୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୮ ଲକ୍ଷ ୩୭ ହଜାର ୨୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୨ କୋଟି ୯୯ ଲକ୍ଷ ୭୫ ହଜାର ୬୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୪ ଲକ୍ଷ ୮ ହଜାର ୪୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୫୪ ହଜାର ୧୧୮ ଯାହାକି ମୋଟ ମାମଲାର ୧.୪୭ ପ୍ରତିଶତ । ସେହିଭଳି ସୁସ୍ଥ ହାର ୯୭.୨୦ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୧.୩୨ ପ୍ରତିଶତ ରହିଛି ।

Show More

Related Articles

Back to top button