Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ମହାମାରୀକୁ ପୁରିଲା ଦୁଇ ବର୍ଷ

ନେଲାଣି ୫ଲକ୍ଷ ଜୀବନ, ସଂକ୍ରମିତ ସଂଖ୍ୟା ୪କୋଟି ପାର୍‌, ଦେଶ କେବେ ଜିତିବ କରୋନା ଯୁଦ୍ଧ?

କୋଭିଡ୍‌ ମହାମାରୀ ସହ ଲଢେଇ କରୁଛନ୍ତି ଦେଶବାସୀ । ଏବେ ବି ଦେଶରେ ଜାରି ରହିଛି କରୋନାର ଭୟାବହତା । ଭାରତ କେବେ କରୋନାକୁ ସମ୍ପୂର୍ଣ୍ଣ ମାତ୍‌ ଦେବ, ଏବଂ ଦେଶରୁ ଅଦୃଶ୍ୟ ଶତ୍ରୁ କେବେ ନିପାତ ହେବ ତାହା ବିଶେଷଜ୍ଞ ମାନେ ମଧ୍ୟ କହିପାରୁନାହାନ୍ତି । ଏବେ ଦେଶରେ କରୋନାର ତୃତୀୟ ଲହର ଜାରି ରହିଥିବା ବେଳେ, ଭାରତର କରୋନା ବିରୋଧୀ ଲଢେଇକୁ ପୁରିଛି ୨ ବର୍ଷ । ଏହି ୨ବର୍ଷ ମଧ୍ୟରେ କୋଭିଡ୍‌ର ଅନେକ ମ୍ୟୁଟାଣ୍ଟ ମୁଣ୍ଡ ଟେକିଛନ୍ତି । ଦ୍ବିତୀୟ ଲହର ସମୟରେ ଭାରତ ଦେଖିଥିଲା, କୋଭିଡ୍‌ର ଆଉ ଏକ ମ୍ୟୁଟାଣ୍ଟ, ଡେଲ୍‌ଟାର ଭୟଙ୍କର ରୂପ । ଆଉ ଏବେ ଦେଶରେ ଭୟଙ୍କର ଭାବେ ବ୍ୟାପିଚାଲିଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ । ଆଜିକୁ ଠିକ୍‌ ୨ ବର୍ଷ ପୂର୍ବେ ଭାରତରେ ଚିହ୍ନଟ ହୋଇଥିଲେ ପ୍ରଥମ କୋଭିଡ୍‌ ଆକ୍ରାନ୍ତ । ଚୀନରୁ ଫେରିଥିବା ଜଣେ ଭାରତୀୟ ଛାତ୍ର ସଂକ୍ରମିତ ଚିହ୍ନଟ ହେବାପରେ ଭାରତରେ ଆରମ୍ଭ ହୋଇଥିଲା ଫିୟର୍‌ ଓ୍ବାର୍‌ । ଜଣେ ପରେ ଜଣେ ସଂକ୍ରମିତ ଚିହ୍ନଟ ପରେ କଠୋର ହୋଇଥିଲେ ଭାରତ ସରକାର ।

ଜନତା କର୍ଫ୍ୟୁ, ଲକ୍‌ଡାଉନ୍‌ ଏବଂ ସଟ୍ ଡାଉନ୍‌ ଭଳି ପ୍ରତିବନ୍ଧକ ପରେ ବି ହାର୍‌ ମାନିନଥିଲା ଅଦୃଶ୍ୟ ଦାନବ । ଇତି ମଧ୍ୟରେ ତୃତୀୟ ଲହର ଦେଇ ଗତି କରୁଛି ଭାରତ । ସବୁଠାରୁ ଘାତକ ଭ୍ୟାରିଆଣ୍ଟ ଡେଲ୍‌ଟା ପରେ ଏବେ ଓମିକ୍ରନ୍‌ ଭଳି ଭୟଙ୍କର ମ୍ୟୁଟାଣ୍ଟକୁ ମୁକାବିଲା କରୁଛନ୍ତି ଦେଶବାସୀ କୋଭିଡ୍‌ର ଅନେକ ଭ୍ୟାରିଆଣ୍ଟ ସାମ୍ନାକୁ ଆସୁଥିଲେ ସୁଦ୍ଧା ମୁକାବିଲା କରୁଛି ମଣିଷ ସମାଜ । କିନ୍ତୁ କରୋନା ଆଁ ରେ ବର୍ତ୍ତମାନ ସୁଦ୍ଧା ଗଲାଣି ପାଖାପାଖି ୫ ଲକ୍ଷ ଜୀବନ । ସଂକ୍ରମିତଙ୍କ ସଂଖ୍ୟା ବି ୪ କୋଟି ୧୦ ଲକ୍ଷ ଟପିଲାଣି । ଅବଶ୍ୟ ୩ୟ ଲହରରେ ଆୟତରେ ଅଛି କରୋନା କିନ୍ତୁ ଆଗକୁ ବଡ ବିପଦ ଯେ ନଆସିବ ତାହା କିଏ କହିବ । ମହାମାରୀ ମାୟାଜାଲରେ ହନ୍ତସନ୍ତ ହେଉଛନ୍ତି ବିଶ୍ବବାସୀ । ସତର୍କ ଆଉ ସଚେତନ ରହିବା ପାଇଁ ଘନଘନ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । କିନ୍ତୁ କେବେ ହେବ ମହାମାରୀର ଅନ୍ତ, ତାର ଉତ୍ତର କାହା ପାଖରେ ନାହିଁ । ଏ ଅଦ୍ରୁଶ୍ୟ ଶତ୍ରୁକୁ କେବେ ମାତ୍‌ ଦେବ ମଣିଷ ଏବଂ କେବେ ଜିଇବ ସ୍ବଭାବିକ ଜୀବନ ତାହା ମଧ୍ୟ ସନ୍ଦୀହାନ । ବିଶେଷଜ୍ଞଙ୍କ କହିବା କଥା କରୋନା ପ୍ରକୋପର ଭବିଷ୍ୟତ କଣ ରହିବ ତାହା ଏବେଠାରୁ କହିବା ମୁସ୍କିଲ ।

Show More

Related Articles

Back to top button