ଜୀବନଚର୍ଯ୍ୟା

ହାତରେ ଯଦି ଅଛି ଭାଗ୍ୟ ରେଖା ତାହେଲେ କୋଟିପତି ହେବାରେ କେହି ରୋକିପାରିବେ ନାହିଁ

ମିଳିଥାଏ ମା’ଲକ୍ଷ୍ମୀଙ୍କ ଅପାର କୃପା

ହସ୍ତରେଖା ବିଜ୍ଞାନରେ ଭାଗ୍ୟ ରେଖାକୁ ଅନେକ ମହତ୍ତ୍ୱ ଦିଆଯାଇଛି। ଭାଗ୍ୟ ରେଖା ବ୍ୟକ୍ତିର ଭାଗ୍ୟ ଦର୍ଶାଇଥାଏ। ଯେଉଁମାନଙ୍କ ହାତରେ ଭାଗ୍ୟ ରେଖା ଥାଏ ସେମାନେ ବହୁତ ଶୀଘ୍ର ନିଜ ଲକ୍ଷ୍ୟ ପ୍ରାପ୍ତ କରିଥାନ୍ତି ଓ ପଦ, ପ୍ରତିଷ୍ଠା ଓ ଧନ ମାମଲାରେ ଭାଗ୍ୟଶାଳୀ ହୋଇଥାନ୍ତି। ଭାଗ୍ୟ ରେଖା ହାତର ମଝାମଝି ଥାଏ। ଏହା ଚନ୍ଦ୍ର ପର୍ବତରୁ ଆରମ୍ଭ ହୋଇ ଗୁରୁ ପର୍ବତକୁ ସ୍ପର୍ଶ କରିଥାଏ। ହାତରେ ଭାଗ୍ୟ ରେଖାକୁ ଚିହ୍ନିବା ବହୁତ ସହଜ। ହାତର ମଝିରେ ଯେଉଁ ରେଖା ପ୍ରଥମା କିମ୍ବା ଦ୍ଵିତୀୟା ଆଙ୍ଗୁଠି ଆଡକୁ ଅଗ୍ରସର ହୋଇଥାଏ ତାହା ଭାଗ୍ୟ ରେଖା।

ବ୍ୟକ୍ତିଙ୍କ ହାତରେ ଭାଗ୍ୟ ରେଖା ଯଦି ସ୍ପଷ୍ଟ ଏବଂ ସିଧା ତାହେଲେ ବ୍ୟକ୍ତି ଧନଵାନ ହୋଇଥାନ୍ତି। ଯେଉଁମାନଙ୍କ ହାତରେ ଭାଗ୍ୟ ରେଖା ସ୍ପଷ୍ଟ ବାରି ହୋଇପଡେ ସେମାନେ ଯେଉଁ କ୍ଷେତ୍ରରେ ରହିଲେ ବି ଧନୀ ଓ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି। ଯଦି ଭାଗ୍ୟ ରେଖା ମଣିବନ୍ଧ ରେଖାରୁ ଆରମ୍ଭ ହୋଇ ଶନି ପର୍ବତ ଅର୍ଥାତ ଦ୍ଵିତୀୟା ଆଙ୍ଗୁଠିକୁ ସ୍ପର୍ଶ କରେ ତାହେଲେ ଏହା ସର୍ବୋତ୍ତମ ଭାଗ୍ୟ ରେଖା ବୋଲି କୁହାଯାଏ। ଭାଗ୍ୟ ରେଖା ଯେତେ ଲମ୍ବା ବ୍ୟକ୍ତି ସେତେ ଭାଗ୍ୟଶାଳୀ ହୋଇଥାନ୍ତି। ହାତରେ ଭାଗ୍ୟ ରେଖା ସ୍ପଷ୍ଟ ଥିଲେ ବ୍ୟକ୍ତିଙ୍କୁ ଭଗବାନ ଗଣେଶ ଓ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ଯଦି ହାତରେ ପର୍ବତ ଉଠିଥାଏ ତାହେଲେ ମଧ୍ୟ ବ୍ୟକ୍ତି ଧନ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ହାତରେ ଗୁରୁ, ଶନି, ସୂର୍ଯ୍ୟ ଓ ବୁଧ ପର୍ବତ ଥାଏ। ଏହି ପର୍ବତ ପର୍ଯ୍ୟାପ୍ତ ସ୍ଥିତିରେ ଉଠିଥିଲେ ବ୍ୟକ୍ତି କୋଟିପତି ହୋଇଥାନ୍ତି। ହାତରେ ଗୁରୁ ପର୍ବତ ଯଦି ଅଧିକ ଉଠିକି ଥାଏ ତାହେଲେ ବ୍ୟକ୍ତି ରାଜନୀତି, ଓକିଲାତି, ପ୍ରଶାସନ, ଶାସନ, ଶିକ୍ଷା କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିଥାନ୍ତି।

Show More

Related Articles

Back to top button