Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଶୁକ୍ରବାର ୧୦ ଜିଲ୍ଲାରେ ଘଡଘଡି ଓ ବର୍ଷା

ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଶୁକ୍ରବାର ରାଜ୍ୟର ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମ ମଧ୍ୟପ୍ରଦେଶ ଓ ଏହା ସଂଲଗ୍ନ ପୂର୍ବ ରାଜସ୍ଥାନରୁ ନାଗାଲାଣ୍ଡ ତଥା ପୂର୍ବ ମଧ୍ୟପ୍ରଦେଶ, ଦକ୍ଷିଣପୂର୍ବ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ଓ ଆସାମରେ ଘୂର୍ଣ୍ଣିବଳୟ ଏବଂ ଉପରିଭାଗରେ ଟ୍ରପଲାଇନ୍‌ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି କେନ୍ଦ୍ର ଆକଳନ କରିଛି । ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଉତ୍ତର ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ବି ଜାରି କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରା ବଢ଼ିବ ବୋଲି ସେ ଆକଳନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରାଜ୍ୟରେ ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବନି । ପଶ୍ଚିମା ଝଡ଼ର ପ୍ରଭାବରେ ୨୫ ଓ ୨୬ ତାରିଖରେ ରାଜ୍ୟରେ କାଁ ଭାଁ ବର୍ଷା ହେବ । ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ସେ ଆକଳନ କରିଛନ୍ତି । ଅପରପକ୍ଷେ, ଗୁରୁବାର ଦାରିଙ୍ଗବାଡ଼ିରେ ମାତ୍ର ୨ ମିମି ବର୍ଷା ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସହରରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି । ବଲାଙ୍ଗୀର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ପହଞ୍ଚିଥିବା ବେଳେ ସୋନପୁର ଓ ଟିଟିଲାଗଡ଼ରେ ୩୬.୪, ଭବାନୀପାଟଣାରେ ୩୬ ଓ ବୌଦ୍ଧରେ ୩୫ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା ।

Show More

Related Articles

Back to top button