Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପରୀକ୍ଷାରେ ଶୁନ୍‌ ମିଳିଲେ ବି ଫେଲ ହେବେନି ଛାତ୍ରଛାତ୍ରୀ

ଜାଣନ୍ତୁ ୟୁନିଭର୍ସିଟିର ନୂଆ ନୀତି

ପରୀକ୍ଷାରେ ଭଲ ନମ୍ବର ରଖିବା ପ୍ରତି ଛାତ୍ରଛାତ୍ରୀଙ୍କ ଇଚ୍ଛା। ଫେଲର ନା ଶୁଣିଲେ ଦେହରୁ ଗମଗମ ଝାଳ ବାହାରେ। ଯଦି କୁହାଯାଏ ପରୀକ୍ଷାରେ ଫେଲ ହେବାର କୌଣସି ଅପସନ୍ ହିଁ ନାହିଁ ତେବେ ଖବର ଆପଣଙ୍କୁ କିପରି ଲାଗିବ, ନିଶ୍ଚିତ ଭଲ ଲାଗିବ । ଏବେ ଏପରି ହିଁ ହେବ। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ସ୍ନାତକ ସ୍ତରରେ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଲାଗୁ କରିଛନ୍ତି। ଏଣୁ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମହାବିଦ୍ୟାଳୟ ମାନଙ୍କରେ ବିଏ, ବିକମ ଓ ବିଏସସି ପରୀକ୍ଷାର ପ୍ରଥମ ସିମେଷ୍ଟରରେ କାହାରିକୁ ଫେଲ କରାଯିବ ନାହିଁ। ଏପରିକି ଯଦି ଛାତ୍ରଛାତ୍ରୀଙ୍କୁ ଶୁନ ନମ୍ବର ମିଳିଥିଲେ ବି ଫେଲ କରାଯିବନି ବରଂ ଆଗାମୀ କ୍ଲାସ୍‌କୁ ପ୍ରମୋଟ କରିଦିଆଯିବ। ପ୍ରଥମ ସିମେଷ୍ଟରରେ ଛାତ୍ରଛାତ୍ରୀ ଫେଲ ନ ହେବା ବିଶ୍ୱବିଦ୍ୟାଳୟରେ ପ୍ରଥମ ଥର ହେବାକୁ ଯାଉଛି। କୌଣସି ଛାତ୍ରଛାତ୍ରୀଙ୍କୁ ଫେଲ ନ କରିବା ଲାଗି ନିଷ୍ପତ୍ତି ଏଥି ପାଇଁ ନିଆଯାଇଛି କାରଣ ଲକ୍ଷ୍ନୌ ୟୁନିଭର୍ସିଟି ସ୍ନାତକ ଶ୍ରେଣୀରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିଛନ୍ତି।

ex

ତେବେ କେବଳ ସେହି ଛାତ୍ରଛାତ୍ରୀ ଫେଲ ହେବେ ଯେଉଁମାନେ ୟୁଏଫଏମ ନିୟମ ପାଳନ କରିନଥିବେ ଅଥବା ପରୀକ୍ଷାରେ ଯୋଗ ଦେଇନଥିବେ।ବିଶ୍ୱବିଦ୍ୟାଳୟଙ୍କ ଏହି ନିଷ୍ପତ୍ତି ଯୋଗୁ ପ୍ରାୟ ୧ଲକ୍ଷ ୨୨ହଜାର ୨୬୮ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଜଣାପଡିଛି। ନିକଟରେ ବିଶ୍ୱବିଦ୍ୟାଳୟଙ୍କ ବିଏସସି ପ୍ରଥମ ସିମେଷ୍ଟର ପରୀକ୍ଷା ଫଳ ବାହାରିଥିଲା। ଏଥିରେ ଅନେକ ଛାତ୍ରଛାତ୍ରୀ ଏପରି ଥିଲେ ଯେଉଁମାନେ ଉତୀର୍ଣ୍ଣ ମାର୍କରୁ ମଧ୍ୟ କମ୍‌ ରଖିଥିଲେ। ତେବେ ଛାତ୍ରଛାତ୍ରୀଙ୍କୁ ୟୁନିଭର୍ସିଟି ଆଗାମୀ ଶ୍ରେଣୀକୁ ପାସ କରେଇ ଦେଇଛନ୍ତି। ଏହି ପରୀକ୍ଷାରେ ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀ ୨୫ ପ୍ରତିଶତରୁ ମଧ୍ୟ କମ୍‌ ନମ୍ବର ରଖିଛନ୍ତି। ନ୍ୟୁ ଏଜୁକେସନ ପଲିସିରେ ପ୍ରଥମ ସିମେଷ୍ଟରରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତି ସିମେଷ୍ଟରକୁ ପ୍ରମୋଟ କରିଦିଆଯିବ। ତେବେ ତୃତୀୟ ସିମେଷ୍ଟର ପରୀକ୍ଷା ପୂର୍ବରୁ ସେମାନେ ଫାଷ୍ଟ ସିମେଷ୍ଟରରେ ଫେଲ ହୋଇଥିବା ପେପରରେ ପରୀକ୍ଷା ଦେଇ ପାସ୍ କରିବାକୁ ହେବ।

Show More

Related Articles

Back to top button