
କରୋନା ଭାଇରସ ମହାମାରୀର ଡେଲ୍ଟା ଭାରିଏଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଚିନ୍ତାଜନକ ସୂଚନା ଦେଇଛନ୍ତି। ସମଗ୍ର ବିଶ୍ୱ ଏବେ କରୋନାର ବିପଦଜନକ ପର୍ଯ୍ୟାୟରେ ଫଶି ଯାଇଥିବା ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଡା.ଟେଡରୋସ ଆଧାନୋମ ଗ୍ରେବ୍ରେଏସ୍ଏସ୍ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ଅନୁନ୍ୟ ୧୦୦ଟି ଦେଶରେ ଏବେ କୋରନାର ଡେଲ୍ଟାଭାରିଏଣ୍ଟ ସଂକ୍ରମଣ କରୁଛି। ଭୂତାଣୁର ଏହି ପ୍ରକାର ପ୍ରଥମେ ଭାରତରେ ଦେଖା ଯାଇଥିଲା।ଡେଲ୍ଟା ଭାରିଏଣ୍ଟରେ ପରିବର୍ତ୍ତନ (ମ୍ୟୁଟେସନ) ଜାରି ରହିଥିବା ବେଳେ ଅନେକ ଦେଶରେ କୋଭିଡ-୧୯ ବିପଦଜନକ ରୂପା ଧାରଣ କରିଛି। ଟିକାକରଣ ଜରିଆରେ ଭୂତାଣୁର ତୀବ୍ରତା ହ୍ରାସ କରାଯାଇପାରେ। ଏଣୁ ବିଶ୍ୱର ବିଭିନ୍ନ ଦେଶଙ୍କ ନେତାଙ୍କୁ ଟିକାକରଣ ଉପରେ ପ୍ରାଧାନ୍ୟ ଦେବାକୁ ସେ ନିବେଦନ କରିଥିବା କହିଛନ୍ତି। ଏଥିରେ ସେ ଆଗାମୀ ବର୍ଷ ଏହି ସମୟ ସୁଦ୍ଧା ନିଜନିଜ ଦେଶରେ ଯେପରି ୭୦ ପ୍ରତିଶତ ଟିକା କରଣ ହୋଇଯାଇଥାଏ ବିଶ୍ୱ ନେତାମାନେ ତାହା ସୁନିଶ୍ଟିତ କରନ୍ତୁ ବୋଲି କହିଛନ୍ତି।
ବିଶ୍ୱରେ ଏବେ କରୋନା ମୁକାବିଲା ଲାଗି ଟିକାକରଣ ଜାରି ରହିଛି। ତେବେ ଗରିବ ଦେଶମାନଙ୍କରେ ଏପର୍ଯ୍ୟନ୍ତ ୨ ପ୍ରତିଶତ ଟିକାକରଣ ମଧ୍ୟ ହୋଇପାରିନାହିଁ। ଏଣୁ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଚିନ୍ତାବ୍ୟକ୍ତ କରିଛନ୍ତି। ଯଦି ଏପରି ପରିସ୍ଥିତି ଜାରି ରହେ ତାହା କେବଳ ସେହି ଦେଶଙ୍କ ଲାଗି ନୁହେଁ ସମଗ୍ର ବିଶ୍ୱୱଲାଗି ମଧ୍ୟ ଚିନ୍ତାରକାରଣ ହୋଇପାରେ ବୋଲି ସେ ସତର୍କ କରିଛନ୍ତି। କରୋନା ଭାଇରସର ଏପର୍ଯ୍ୟନ୍ତ ଯେତେପ୍ରକାର ଭାରିଏଣ୍ଟ ବିଶ୍ୱରେ ଚିହ୍ନଟ ହୋଇଛି ଏଥିରେ ଡେଲ୍ଟା ଭାରିଏଣ୍ଟ ସବୁଠୁ ବିପଦଜନକ ବୋଲି ଡା.ଆଧାନୋମ କହିଛନ୍ତି। ତିବ୍ର ସଂକ୍ରମଣ ଏହି ଭୂତାଣୁ ପ୍ରକାରର ମୁଖ୍ୟ ଲକ୍ଷଣ ଓ ଯେଉଁମାନେ ଟିକା ନ ନେଇଛନ୍ତି ସେମାନଙ୍କୁ ଗୁରୁତର ପ୍ରଭାବିତ କରୁଛି। ଏଥିରେ କିଛି ଦେଶ ଏବେ କରୋନା କଟକଣାରେ ଢିଲା କରିଛନ୍ତି। ଏଣୁ ସଂକ୍ରମଣ ମାମଲା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି। ତେବେ ଭୂତାଣୁ ପ୍ରସାର ରୋକିବା ଲାଗି ଆଜିକା ସମୟରେ ଯେଉଁ ପଦକ୍ଷେପ ନିଆଯାଇଛି ଏହା ଡେଲ୍ଟା ସମେତ ପରିବର୍ତ୍ତିତ ଅନ୍ୟ ମ୍ୟୁଟେସନକୁ ରୋକିବାରେ ମଧ୍ୟ ସକ୍ଷମ ବୋଲି ସେ କହିଛନ୍ତି।