ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ICMR ଅଧ୍ୟୟନରୁ ଆସିଲା ଚିନ୍ତା ଜନକ ତଥ୍ୟ

କୋଭିସିଲ୍ଡ ଟିକା ନେଇଥିବା ୧୬%ଙ୍କ ଦେହରେ ନାହିଁ ଆଣ୍ଟିବଡି

କାଉନ୍ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ବା ଆଇସିଏମ୍ଆର୍ କୋଭିସିଲ୍ଡ ଟିକାକୁ ନେଇ କରିଥିବା ଏକ ଅଧ୍ୟୟନ ଏବେ ଚିନ୍ତାର କାରଣ ପାଲଟିଛି । ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କୋଭିସିଲ୍ଡ ଟିକା ସେତେଟା ପ୍ରଭାବ ପକାଉନଥିବା ଗବେଷଣାରୁ ଜଣାପଡ଼ିଛି। କୋଭିସିଲ୍ଡ ଟିକାର ଡବଲ ଡୋଜ୍ ନେଇସାରିଥିବା ୧୬.୧ ପ୍ରତିଶତଙ୍କ ଠାରେ ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ମିଳିନାହିଁ। ସେହିପରି ସିଙ୍ଗଲ ଡୋଜ୍ ନେଇଥିବା ୫୮.୧ ପ୍ରତିଶତଙ୍କ ମଧ୍ୟରେ ଆଣ୍ଟିବଡି ଡେଭଲପ ହୋଇନଥିବା ଜଣାପଡ଼ିଛି।ତେବେ ଭେଲୋର ସ୍ଥିତି ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ୍‌ର ମାଇକ୍ରୋ ବାୟୋଲୋଜି ଡିପାର୍ଟମେଣ୍ଟର ପୂର୍ବତନ ମୁଖ୍ୟ ଜେକବ ଜନ୍ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ଆଣ୍ଟିବଡି ନ ହେବା ଏବଂ ଆଣ୍ଟିବଡି ନଥିବା ଦୁଇଟା ଅଲଗା କଥା ହୋଇଥାଇପାରେ । ଆଣ୍ଟିବଡି ବହୁତ କମ୍ ପରିମାଣରେ ଥିବାରୁ ତାହା ଚିହ୍ନଟ ହୋଇପାରୁ ନଥିଲେ ବି ରୋଗୀର ଜୀବନ ବଞ୍ଚାଯାଇ ପାରିବ ବୋଲି ସେ କହିଛନ୍ତି।ଡାକ୍ତର ଜନ୍ ଆହୁରି ମଧ୍ୟ କହିଥିଲେ ଯେ ଗବେଷଣାରେ ଯେଉଁ ସେରମ ସାମ୍ପଲ ନିଆଯାଇଥିଲା ତାହା ସୁସ୍ଥ ଲୋକମାନଙ୍କ ଠାରୁ ନିଆଯାଇଥିଲା। ୩ ଜଣଙ୍କ ଠାରେ ଆଣ୍ଟିବଡି ଥିବା ଜଣାପଡ଼ିନଥିଲା ।

ସେମାନେ ହୁଏତ ବୟସ୍କ ଲୋକ ହୋଇଥିବେ କିମ୍ବା ସେମାନଙ୍କ ଠାରେ ଅନ୍ୟ କୌଣସି ରୋଗଥିବ। ସେମାନଙ୍କର ଇମ୍ୟୁନୋ ସିଷ୍ଟମ କମ୍ ରହିଛି । ଯେଉଁମାନଙ୍କ ଠାରେ ମଧୁମେହ, ରକ୍ତଚାପ ଆଦି ଅନ୍ୟ ରୋଗରେ ପୀଡ଼ିତ ହୋଇଥିବେ ସେମାନଙ୍କୁ ତୃତୀୟ ଡୋଜ୍ ଦିଆଯିବା ଦରକାର ବୋଲି ଜେକବ ଜନ୍ କହିଥିଲେ। ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ ଭାରତରେ କିଛି ଲୋକଙ୍କୁ ବୁଷ୍ଟର ଡୋଜର ଆବଶ୍ୟକ ପଡ଼ିପାରେ। ତେବେ ସୁସ୍ଥ ହୋଇସାରିଥିବା ଲୋକଙ୍କୁ ଗୋଟିଏ ଡୋଜ୍ ଯଥେଷ୍ଟ।ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଆଣ୍ଟିବଡି ଟ୍ରାଇଟ୍ରେସ୍ ଯାହା କରୋନା ଭାଇସରକୁ ମାରିଥାଏ, ତାହା ଡେଲ୍ଟା ଭ୍ୟାରିଏଣ୍ଟ ବିରୋଧରେ କମ୍ ପ୍ରଭାବୀ । ଆଣ୍ଟିବଡି ଟ୍ରାଇଟ୍ରେସ୍‌ର ଗୋଟିଏ ଡୋଜ୍ ନେଇଥିବା ୭୮ ପ୍ରତିଶତ ଲୋକଙ୍କ ଠାରେ ଡେଲ୍ଟା ଭ୍ୟାରିଏଣ୍ଟ ମିଳିନଥିଲା। ସେହିପରି ଦୁଇଟି ଡୋଜ୍ ନେଇଥିବା ୬୯ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ମିଳିନଥିଲା। ଏହା ବାଦ୍ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯିଏ ଗୋଟିଏ ଡୋଜ ନେଇଛନ୍ତି ୬୬ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ମିଳିନଥିବା ବେଳେ ଡବଲ ଡୋଜ୍ ନେଇଥିବା ୩୩ ପ୍ରତିଶତଙ୍କ ଠାରେ ଆଣ୍ଟିବଡି ମିଳିନଥିଲା।

Show More

Related Articles

Back to top button