ଦେଶ ବିଦେଶମୁଖ୍ୟ ଖବର

ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ସୁସ୍ଥ ହାର ୯୫ ପ୍ରତିଶତରୁ ଅଧିକ

ଦେଶରେ ପ୍ରାୟ ୫ ମାସ ପରେ ମଙ୍ଗଳବାର ଦିନ କୋଭିଡ-୧୯ର ୨୩ ହଜାରରୁ କମ୍ ନୂତନ ମାମଲା ସାମ୍ନାକୁ ଆସିଛି । କରୋନାରେ ହାରାହାରି ଦୈନିକ ମାମଲା ଗତ ୫ ସପ୍ତାହ ଧରି ହ୍ରାସ ପାଇଛି । ସେହିଭଳି ରୋଗୀଙ୍କ ସୁସ୍ଥ ହାର ମଧ୍ୟ ୯୫ ପ୍ରତିଶତରୁ ଅଧିକ ହୋଇଛି । ବିଶ୍ବରେ ସର୍ବାଧିକ ସଂକ୍ରମିତ ଥିବା ଦେଶମାନଙ୍କ ମଧ୍ୟରେ ଏହି ହାର ସର୍ବାଧିକ ।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦୈନିକ କରୋନା ସଂକ୍ରମିତ ହାର ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି । ୯ରୁ ୧୫ନଭେମ୍ବର ମଧ୍ୟରେ ପଜିଟିଭ୍ ହାର ୪.୩୨ ପ୍ରତିଶତ ଥିବାବେଳେ ୧୬ ରୁ ୨୨ ନଭେମ୍ବର ମଧ୍ୟରେ ଏହି ହାର ୪.୦୮ ପ୍ରତିଶତକୁ ଖସି ଆସିଛି । ଏହାସହ ନଭେମ୍ବର ୨୩ ରୁ ୨୯ମଧ୍ୟରେ ଏହା ୩.୮୨ ପ୍ରତିଶତ, ନଭେମ୍ବର ୩୦ ରୁ ଡିସେମ୍ବର ୬ ମଧ୍ୟରେ ୩.୩୬ ପ୍ରତିଶତ ଥିଲା । ଗତ ସପ୍ତାହରେ ଏହି ହାର ୩.୧୬ ପ୍ରତିଶତକୁ ଖସି ଆସିଛି ।

ମନ୍ତ୍ରଣାଳୟ ଅନୁଯାୟୀ, କୋଭିଡ-୧୯ର ୨୨୦୬୫ ନୂତନ ମାମଲା ଆସିବା ପରେ ଦେଶରେ ମୋଟ୍ ସଂକ୍ରମଣ ସଂଖ୍ୟା ୯୯.୦୬ ଲକ୍ଷକୁ ବୃଦ୍ଧି ପାଇଛି । ଏଥି ସହିତ ୩୫୪ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧,୪୩,୭୦୯ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୋଟ୍ ୯୪,୨୨,୬୩୬ ଲୋକ ସଂକ୍ରମଣମୁକ୍ତ ହେବା ସହିତ ଦେଶରେ ସୁସ୍ଥ ହାର ୯୫.୧୨ ପ୍ରତିଶତକୁ ବୃଦ୍ଧି ପାଇଛି । କୋଭିଡ୍-୧୯ ଜନିତ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଛି ।ଦେଶରେ କ୍ରମାଗତ ୯ ଦିନରୁ ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷରୁ କମ୍ ରହିଛି । ମୋଟ୍ ୩,୩୯,୮୨୦ ଲୋକଙ୍କର ଚିକିତ୍ସା ଚାଲିଛି । ଯାହା ମୋଟ୍ ୩.୪୩ ପ୍ରତିଶତ ଅଟେ ।

Show More

Related Articles

Back to top button