ବାଣିଜ୍ୟ

କମିଲା ସୁନା ରୂପା ଦର

ଜାଣନ୍ତୁ ରାଜଧାନୀରେ କେତେ ରହିଛି ଦାମ

ଏଚଡିଏଫସି ସିକ୍ୟୁରିଟିଜ୍ ମୁତାବିକ ସୋମବାର ରାଜଧାନୀ ଦିଲ୍ଲୀରେ ସୁନାର ଦାମରେ ପରିବର୍ତ୍ତନ ହୋଇଛି । ସୁନା ପ୍ରତି ୧୦ ଗ୍ରାମ ପିଛା ୪୬୦ ଟଙ୍କା ହ୍ରାସପାଇ ୪୮ ହଜାର ୩୭୧ ଟଙ୍କା ରହିଛି । ପୂର୍ବରୁ ସୁନାର ଦାମ ୧୦ ଗ୍ରାମ ପ୍ରତି ୪୮ ହଜାର ୮୩୧ ଟଙ୍କା ରହିଥିଲା ।ସେହିଭଳି ରୂପା ଦାମରେ ମଧ୍ୟ କିଛିଟା ପରିବର୍ତ୍ତନ ହୋଇଛି । ରୂପା ଦାମ ୬୨୯ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୨ ହଜାର ୪୬୯ ଟଙ୍କା ରହିଛି । ପୂର୍ବରୁ ଏହାର ଦାମ କିଲୋପ୍ରତି ୬୩ ହଜାର ୯୮ ଟଙ୍କା ରହିଥିଲା।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ଅଧିକାରୀ ତପନ ପଟେଲ କହିଛନ୍ତି ​‌ଯେ, ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ଦାମ ୪୬୦ ଟଙ୍କା ହ୍ରାସ ପାଇଛି । କାରବାର ବେଳେ ଡଲାର ତୁଳନାରେ ମୂଦ୍ରାର ମୂଲ୍ୟ ୫ ପଇସା ବୃଦ୍ଧି ପାଇଛି । ସେହିପରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ ୧୮୩୦ ଡଲାର ପ୍ରତି ଅନ୍ସ ରହିଥିବା । ସେହିପରି ରୂପା ଦାମ ୨୩.୮୨ ଡଲାର ପ୍ରତି ଅନ୍ସ ରହିଛି ।

Show More

Related Articles

Back to top button