ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଜିମ ଡାଏଟ୍ ପ୍ଲାନ୍

୭ଦିନରେ କମ କରନ୍ତୁ ୭ କେଜି ଓଜନ

ସାଧାରଣତଃ ଆଜିକାଲି ଓଜନ କମାଇବା ପାଇଁ କିଏ ମର୍ଣ୍ଣି ଓ୍ବାକ୍ ଯାଉଛନ୍ତି ତ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । ମାତ୍ର ଆମେ ଆପଣଙ୍କୁ ଏଭଳି ଉପାୟ କହିବୁ ଯାହାଦ୍ବାରା ଆପଣ ନିଜର ଓଜନକୁ ଅତି ସହଜରେ କମାଇପାରିବେ । ଆପଣ ନିଜର ବଢୁଥିବା ଓଜନକୁ ନେଇ ଚିନ୍ତିତ ଅଛନ୍ତି କି । ଏହି ସବୁ ଉପାୟରେ ୭ଦିନରେ କମାଇ ପାରିବେ ୭କେଜି ଓଜନ । ଏମିତି କିଛି ଖାଦ୍ୟ ଅଛି ଯାହା ଖାଇବା ଦ୍ବାରା ଆପଣ ନିଜର ବଢୁଥିବା ଓଜନ କମାଇପାରିବେ । ମାତ୍ର ଏକ ସପ୍ତାହରେ ୭କେଜି ଓଜନ କମାଇପାରିବେ । ଏହାଦ୍ବାରା ଶରୀରରେ ବଢୁଥିବା ଜୈବିକ ପଦାର୍ଥ ଏବଂ ଦୂଷିତ ପଦାର୍ଥ କମିବ, ଶରୀରର ପାଚନକ୍ରିୟାକୁ ବୃଦ୍ଧି ପାଇବ, ଶରୀରରେ ଫ୍ୟାଟ୍ ମଧ୍ୟ କମିବ ।

ଜିମ୍ ଡାଏଟ୍ ପ୍ଲାନ୍ କୁ ୭ଦିନରେ ବିଭକ୍ତ କରାଯାଇଛି । ଯେଉଁଥିରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ନିୟମ ରହିଛି । ଆପଣ ସଂପୂର୍ଣ୍ଣ ଦିନର ଖାଦ୍ୟ ସହ ପ୍ରତ୍ୟେକ ଦିନ ୮-୧୨ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହି ସବୁ ଖାଦ୍ୟ ଦ୍ବାରା ଆପଣଙ୍କୁ ଓଜନ କମାଇବା ପାଇଁ କୌଣସି ଅଭ୍ୟାସ କରିବାକୁ ପଡିବ ନାହିଁ ।
୭ ଦିନର ଡାଏଟ୍ ପ୍ଲାନ୍ :
ପ୍ରଥମ ଦିନ- କେବଳ ଫଳ ଖାଆନ୍ତୁ । କଦଳୀକୁ ଛାଡି ଅନ୍ୟ ସମସ୍ତ ଫଳ ଖାଇପାରିବେ । ଅଧିକ ମାତ୍ରାରେ ଫଳ ଖାଇପାରିବେ ନାହିଁ । ଡାଏଟ୍ ରେ ଅଧିକ ତରଭୁଜ ଖାଇବା ଆବଶ୍ୟକ ।
ଦ୍ବିତୀୟ ଦିନ- କେବଳ ପରିବା ଖାଆନ୍ତୁ । କଞ୍ଚା ପରିବା କିମ୍ବା ରନ୍ଧାଯାଇଥିବା ପରିବା ଖାଇପାରିବେ । ଅଧିକ ମାତ୍ରାରେ ପରିବା ଖାଇ ପାରିବେ ନାହିଁ । କମ୍ ଆଳୁ ଖାଆନ୍ତୁ ।
ତୃତୀୟ ଦିନ- ଫଳ ଏବଂ ପରିବା ମିଶାଇ ଖାଆନ୍ତୁ । ତେବେ କଦଳୀ ଏବଂ ଆଳୁ ଖାଆନ୍ତୁ ନାହିଁ । ଅଧିକ ମାତ୍ରାରେ ଫଳ କିମ୍ବା ପରିବା ଖାଇବାରେ ମଧ୍ୟ କଟକଣା ନାହିଁ ।

ଚତୁର୍ଥ ଦିନ- କେବଳ କଦଳୀ ଏବଂ କ୍ଷୀର ଖାଆନ୍ତୁ । ୬-୮ଟି କଦଳୀ ଖାଇପାରିବେ । ୩ ଗ୍ଲାସ୍ କ୍ଷୀର ପିଇପାରିବେ ।
ପଞ୍ଚମ ଦିନ- ଚିକେନ୍, ମାଛ କେବଳ ୨୫୦ଗ୍ରାମ ଖାଆନ୍ତୁ । ମାଂସ ବ୍ୟତୀତ ଆପଣ ୬ଟି ଟମାଟୋ ଖାଇପାରିବେ । ସାକାହାରୀମାନେ ମାଂସ ବ୍ୟତୀତ ବ୍ରାଉନ୍ ରାଇସ୍ କିମ୍ବା ଦେଶୀ ଲହୁଣୀ ଖାଇପାରିବେ । ଅତିରିକ୍ତ ୟୁରିକ୍ ଏସିଡି ବାହାରକରିବା ପାଇଁ ଅଧିକ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ ।
ଷଷ୍ଠ ଦିନ- ଚିକେନ୍, ମାଛ କେବଳ ୨୫୦ଗ୍ରାମ ଖାଆନ୍ତୁ । ଆଳୁକୁ ଛାଡି ଅନ୍ୟ ସମସ୍ତ ପରିବା ଅତ୍ୟଧିକ ଖାଇପାରିବେ । ସାକାହାରୀମାନେ ମାଂସ ବ୍ୟତୀତ ବ୍ରାଉନ୍ ରାଇସ୍ କିମ୍ବା ଦେଶୀ ଲହୁଣୀ ଖାଇପାରିବେ । ଅତିରିକ୍ତ ୟୁରିକ୍ ଏସିଡି ବାହାରକରିବା ପାଇଁ ଅଧିକ ଦୁଇ ଗ୍ଲାସ୍ ପାଣି ପିଅନ୍ତୁ ।
ସପ୍ତମ ଦିନ- କେବଳ ବ୍ରାଉନ୍ ରାଇସ୍, ଫଳ, ଫଳ ରସ ଏବଂ ପରିବା ଖାଇପାରିବେ । ଏସବୁ ଅତ୍ୟଧିକ ଖାଇପାରିବେ ନାହିଁ ।

Show More

Related Articles

Back to top button