Breaking PLUSଦେଶମୁଖ୍ୟ ଖବର

ଚଣ୍ଡିଗଡରେ ଆଜି ସନ୍ଧ୍ୟାରେ ଚାଷୀ ସଙ୍ଗଠନ ଓ କେନ୍ଦ୍ରମନ୍ତ୍ରୀଙ୍କ ତୃତୀୟ ପର୍ଯ୍ୟାୟ ବୈଠକ

ଚଣ୍ଡିଗଡ, 15 ଫେବୃଆରୀ- ପଞ୍ଜାବର ଚାଷୀ ସଙ୍ଗଠନଗୁଡିକ ସହ ଗୁରୁବାର ସନ୍ଧ୍ୟାରେ ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀଙ୍କର ତୃତୀୟ ପର୍ଯ୍ୟାୟ ବୈଠକ ବସିବ । ଏହି ଆଲୋଚନାରେ ଚାଷୀ ସଙ୍ଗଠନ ଓ ସରକାରଙ୍କ ମଧରେ ସହମତି ପ୍ରକାଶ ପାଇବା ନେଇ ଆଶା କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପିୟୁଷ ଗୋଏଲ ତଥା ନିତ୍ୟାନନ୍ଦ ରାୟ ସାମିଲ ହେବେ । ଏହାସହିତ ପଞ୍ଜାବର କ୍ୟାବିନେଟ୍ ମନ୍ତ୍ରୀ ଓ ଅଧିକାରୀ ବି ସାମିଲ ହେବେ ।
ଏହାମଧ୍ୟରେ ପଞ୍ଜାବର ଅନେକ ଚାଷୀ ସଙ୍ଗଠନ ଆଜି ଦ୍ୱିପ୍ରହର ଗୋଟାଏରୁ 4ଟା ଯାଏ ଟ୍ରେନ ଚଳାଚଳ ରୋକିବା ପାଇଁ ଘୋଷଣା କରିଛନ୍ତି । ପଞ୍ଜାବର ଚାଷୀ ସଙ୍ଗଠନ ଅମୃତସର, ଜଳନ୍ଧର, ଲୁଧିଆନା, ଭଣ୍ଠିଡା ଆଦି ସହରକୁ ଟ୍ରେନ ଚଳାଚଳ ରୋକ୍ ନେଇ ଯୋଜନା କରିଛନ୍ତି । ଏହାସହିତ ରାଜ୍ୟର ସମସ୍ତ ମୁଖ୍ୟ ମାର୍ଗରେ ଟୋଲ ଫ୍ରି କରାଯିବ ।

Show More

Related Articles

Back to top button