ବ୍ୟସ୍ତ ବହୁଳ ଜୀବନରେ ଖାଉଥିବା ପ୍ରିୟ ଜଳଖିଆ ,ହୋଇପାରେ ଆପଣଙ୍କ ପାଇଁ କ୍ଷତିକାରକ
ଆମେ ସମସ୍ତେ ପ୍ରାୟ ନିଜର ଜଳଖିଆରେ ବ୍ରେଡ ଖାଇବାକୁ ପସନ୍ଦ କରିଥାଉ,ତା ସହିତ ସନ୍ଧ୍ୟା ସମୟରେ ମଧ୍ୟ ସ୍ନାକ୍ସ ଭାବରେ ବ୍ରେଡ ର ବ୍ୟବହାର କରିଥାଉ l କାରଣ ଏହା ଏପରି ଗୋଟିଏ ଖାଦ୍ୟ ଯାହାକୁ ଖାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ନଥାଏ

ବସ୍ କିଣିସାରି ପ୍ୟାକେଟ ଖୋଲି ତା ଭିତରୁ କାଢି ବଟର କିମ୍ବା ଯାମ ଲଗାଇ ତୁରନ୍ତ ନିଜର ଭୋକ ଦୂର କରିବା ପାଇଁ ଖାଇଥାଉ lଏହା ସତ୍ୟ ଅଟେ ଯେ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ସମସ୍ତେ ତରବରିଆ ଭାବରେ କିଛି ଖାଇଦେଇ ନିଜର କ୍ରମସ୍ଥଳୀକୁ ବାହାରି ଯାଇଥାନ୍ତି l
* କିନ୍ତୁ ଏହାକୁ ପ୍ରତେକଦିନ ନିଜ ଖାଦ୍ୟରେ ସାମିଲ କରିବା ପୂର୍ବରୁ ଆସନ୍ତୁ ଜାଣିବା କିଛି କଥାl ବ୍ରେଡରେ ହାଇ ଲେବଲର ସୋଡିୟମ ରହିଛି ,ଯାହା ବ୍ରେଡ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରାଯାଇ ଥାଏ l ଯାହା ରକ୍ତଚାପ ଓ ହୃତପିଣ୍ଡ ପାଇଁ କ୍ଷତି କାରକ ହୋଇପାରେ l ପ୍ରତେକଦିନ ବ୍ରେଡ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ର ବଢି ଯାଇଥାଏ ,ଯାହା ଶରୀର ପାଇଁ କ୍ଷତି କାରକ ହୋଇପାରେ l
*ମଇଦାରେ ପ୍ରସ୍ତୁତ ହୋଇଥିବା କାରଣରୁ ଏହାକୁ ହଜମ କରିବା ମଧ୍ୟ ସହଜ ନୁହେଁ l ଏଥିରେ ଥିବା କାର୍ବୋହାଇଡ୍ରେଟ ଲିଭର ପାଇଁ କ୍ଷତିକାରକ ହୋଇପାରେ l ବ୍ରେଡ ରେ ପୋଷାକ ତତ୍ୱ ଖୁବ କମ ରହିଥାଏ l ଆମେ ରୁଟିରୁ ଯେଉଁ ଫାଇବର ପାଇଥାଉ ତାହା ବ୍ରେଡ଼ରୁ ପାଇ ନଥାଉ l ମଇଦା ବ୍ରେଡ ଠାରୁ କିଛି ମାତ୍ରାରେ ଅଟା ବ୍ରେଡ ଖାଇବା ଠିକ ଅଟେ l
* ବ୍ରେଡ ରେ ଅଧିକ ମାତ୍ରାରେ ଗ୍ଲୁଟେନ ରହିଛି ,ଯାହା ଦ୍ୱାରା ପେଟକୁ ଯିବା ପରେ ଅଧିକାଂଶ ଲୋକଙ୍କ ପାଇଁ କ୍ଷତି କାରକ ହୋଇପାରେ l ଏଥିରେ ଥିବା ଲୁଣ ,ଚିନି ଓ ପ୍ରିଜର୍ଭେଟିବ ଓଜନ ବଢ଼ାଇଥାଏ
* ଏମିତିରେ ଦେଖିବାକୁ ଗଲେ ହୋଲଗ୍ରେନ ବ୍ରେଡରେ ମଧ୍ୟ କୌଣସି ପୋଷାକ ତତ୍ୱ ନାହିଁ l ଏହାକୁ ପ୍ରସ୍ତୁତ କରିବା ସମୟରେ ଅଟାରେ ଥିବା ପୋଷାକ ତତ୍ୱ ନଷ୍ଟ ହୋଇଯାଇଥାଏ l ଅଧିକ ମାତ୍ରାରେ ବ୍ରେଡ ଖାଇବା ଦ୍ୱାରା ମଧ୍ୟ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଦେଇଥାଏ l