Breaking PLUSଦେଶମୁଖ୍ୟ ଖବର

ଅଯୋଧ୍ୟାରେ ଶଙ୍ଖ ଓ ଡମ୍ବରୁ ବଜାଇ ପ୍ରଧାନମନ୍ତ୍ରୀଙ୍କୁ କରାଯିବ ସ୍ୱାଗତ

ଅଯୋଧ୍ୟା, 29 ଡିସେମ୍ବର – ରାମନଗରୀ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର ପ୍ରଦେଶ ଏବଂ ଦେଶର ବିଭିନ୍ନ ସଂସ୍କୃତିରେ ଅଦ୍ଭୁତପୂର୍ବ ସ୍ୱାଗତ କରାଯିବ । ମୁଖ୍ୟମନ୍ତ୍ରୀ ଯେଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସଂସ୍କୃତି ବିଭାଗ ପକ୍ଷରୁ ଏହାର ପ୍ରସ୍ତୁତି କରାଯାଉଛି ।
ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଶଙ୍ଖ ଓ ଡମ୍ବରୁ ବାଦନ କରାଯିବ । ସେହିପରି ଏୟାରପୋର୍ଟରୁ ଧର୍ମପଥ, ରାମପଥ ଦେଇ ରେଲୱେ ଷ୍ଟେସନ ଯାଏ ପ୍ରାୟ 40ଟି ମଞ୍ଚରେ ପ୍ରାୟ 14ଶହରୁ ଅଧିକ ଲୋକ କଳାକାର ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିବେ । ଏୟାରପୋର୍ଟ ସଭା ସ୍ଥଳରେ 30 ଲୋକ କଳାକାରଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ରସଧାରା ବୋହିବ । ରାସ୍ତାରେ ପ୍ରାୟ 40ଟି ମଞ୍ଚରେ କଳାକାରମାନେ ନିଜ ନିଜର ସଂସ୍କୃତି ପରିବେଷଣ କରିବେ । ନିଜର ପ୍ରସ୍ତୂତିରେ ପ୍ରଧାନମନ୍ତ୍ରୀ ଏବଂ ଅତିଥିଙ୍କୁ ମନ୍ତ୍ରମୁଗ୍ଧ କରିବେ । ସଂସ୍କୃତି ବିଭାଗ ପକ୍ଷରୁ ଏହି ସମସ୍ତ ପ୍ରସ୍ତୂତି କରାଯାଇଛି ।

Show More

Related Articles

Back to top button