ଦେଶ ବିଦେଶବାଣିଜ୍ୟ

ଆମାଜନରେ ମାତ୍ର ୪ଘଣ୍ଟା କାମକରି ରୋଜଗାର କରିପାରିବେ ମାସିକ ୭୦ହଜାର ଟଙ୍କା

ଯଦି ଆପଣ ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରୀ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଇଚ୍ଛା ଖୁବ ଶୀଘ୍ର ପୁରା ହୋଇପାରିବ। ଆମାଜନ ନିଜ ସହ ୨୦ ହଜାର ଲୋକଙ୍କୁ ଯୋଡିବାକୁ ଘୋଷଣା କରିଛି

ଆମାଜନ ଆପଣଙ୍କୁ ଚାକିରୀ ଦେବ। ଆପଣ ଫୁଲ୍ ଟାଇମ୍ କିମ୍ବା ପାର୍ଟ ଟାଇମ ମଧ୍ୟ କରିପାରିବେ। ଆପଣ ଚାହିଁଲେ ପାର୍ଟ ଟାଇମ୍ ୪ ଘଣ୍ଟା ଚାକିରୀ କରି ୭୦ ହଜାର ଟଙ୍କା ଯାଏଁ ରୋଜଗାର କରିପାରିବେ।ଆମାଜନରେ ଡେଲିଭରୀ ବଏ ଚାକିରୀ ପାଇଁ ପୋଷ୍ଟ ବାହାରିବ। ଏହି ଚାକିରୀ ଜରିଆରେ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ। ପ୍ରାୟ ସବୁ ସହରରେ କମ୍ପାନୀର ଆମାଜନ ସେଣ୍ଟର ଅଛି। ଆପଣଙ୍କୁ ନିଜ ସହରରେ ସହଜରେ ଚାକିରୀ ମିଳିପାରିବ। ଏଥିପାଇଁ ଆପଣଙ୍କୁ ଅନ୍ୟ ସହରକୁ ଯିବାକୁ ପଡ଼ିବନି। ଏଥିପାଇଁ ଆପଣଙ୍କୁ ଆମାଜନ ସାଇଟ https://logistics.amazon.in/applynow କୁ ଯାଇ ଆବେଦନ କରିବାକୁ ହେବ। ଏହାଛଡା ଯେକୌଣସି ଆମାଜନ ସେଣ୍ଟରକୁ ଯାଇ ମଧ୍ୟ ଆବେଦନ କରିପାରିବେ। ଅଧିକାଂଶ ସେଣ୍ଟରରେ ଡେଲିଭରୀ ବଏ ଆବଶ୍ୟକ ଥାଏ।ଡେଲିଭରୀ ବଏଙ୍କୁ ଦିନ ସାରା କାମ କରିବାକୁ ପଡ଼ିନଥାଏ। ସେମାନଙ୍କୁ କେବଳ ନିଜ ଏରିଆ ହିସାବରେ ପ୍ୟାକେଜ ଦିଆଯାଇଥାଏ। ସେମାନେ ଦିନକୁ ପାଖାପାଖି ୪-୫ ଘଣ୍ଟାରେ ୧୦୦ ରୁ ୧୫୦ ପ୍ୟାକେଜ ଡେଲିଭରୀ କରିଥାନ୍ତି। ଏଥିପାଇଁ ଆପଣଙ୍କର ସ୍କୁଲ କିମ୍ବା କଲେଜ ପାସ ସାର୍ଟିଫିକେଟ ଦରକାର।

ଡେଲିଭରୀ ପାଇଁ ଆପଣଙ୍କ ପାଖରେ ନିଜର ବାଇକ୍ କିମ୍ବା ସ୍କୁଟି ଥିବା ଦରକାର। ବାଇକ୍ ବା ସ୍କୁଟିର ଇନ୍ସୁରାନ୍ସ ଓ ଆରସି ବୈଧ ହୋଇଥିବା ଦରକାର। ଆବେଦନକାରୀ ପାଖରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ଥିବା ଦରକାର।ଡେଲିଭରୀ ବଏଙ୍କୁ କମ୍ପାନୀ ତରଫରୁ ମାସିକ ଦରମା ଦିଆଯାଇଥାଏ। କମ୍ପାନୀ ଡେଲିଭରୀ ବଏଙ୍କୁ ମାସିକ ୧୨ ରୁ ୧୫ ହଜାର ଯାଏଁ ଦରମା ଦେଇଥାଏ। ପେଟ୍ରୋଲ ଖର୍ଚ୍ଚ ନିଜର। ଗୋଟିଏ ପ୍ରଡକ୍ଟ ଡେଲିଭରୀ ପାଇଁ ୧୫ ରୁ ୨୦ ଟଙ୍କା ମିଳିଥାଏ। କମ୍ପାନୀ ଅନୁସାରେ, ଯଦି ଡେଲିଭରୀ ବଏ ମାସ ସାରା କାମ କରନ୍ତି ଏବଂ ଦିନକୁ ୧୦୦ରୀ ପ୍ୟାକେଜ ଡେଲିଭରୀ କରନ୍ତି ତାହେଲେ ମାସକୁ ୬୦ ରୁ ୭୦ ହଜାର ରୋଜଗାର କରିପାରିବେ।କିଛି ପ୍ରଡକ୍ଟ ପାଇଁ କମ୍ପାନୀ ନିଜ ଗାଡି ଉପଲବ୍ଧ କରାଇଥାଏ। ବଡ ବଡ ପ୍ରଡକ୍ଟ ଡେଲିଭରୀ ପାଇଁ କମ୍ପାନୀ ନିଜ ଗାଡି ଦେଇଥାଏ। କିନ୍ତୁ ଏଥିପାଇଁ କିଛି ସର୍ତ ରହିଥାଏ।

Show More

Related Articles

Back to top button