Breaking PLUSଦେଶମୁଖ୍ୟ ଖବର

ଅମୃତକାଳ ଯୁବକଙ୍କ ପାଇଁ ସୁବର୍ଣ୍ଣ ଯୁଗ ଅଟେ- ପିଏମ ମୋଦି

ଜାତୀୟ ଯୁବ ମହୋତ୍ସବର ଉଦଘାଟନ କଲେ ପିଏମ

ନୂଆଦିଲ୍ଲୀ, 12 ଜାନୁୟାରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତାର ଅମୃତକାଳକୁ ଦେଶର ଯୁବକଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ କହିବା ସହ କହିଛନ୍ତି ଯେ, ଆଜି ଯୁବକଙ୍କ ପାଖରେ ଇତିହାସରେ ନିଜର ନାମ ଲିପିବଦ୍ଧ କରିବାର ମୌକା ରହିଛି ।
ପ୍ରଧାନମନ୍ତ୍ରୀ ଶୁକ୍ରବାର ମହାରାଷ୍ଟ୍ରର ନାସିକରେ 27ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି। ମହୋତ୍ସବର ଥିମ- ବିକଶିତ ଭାରତ 2047-ଯୁବଙ୍କ ପାଇଁ , ଯୁବଙ୍କ ଦ୍ୱାରା ରହିଛି । ଜାତୀୟ ଯୁବ ମହୋତ୍ସବ ପ୍ରତ୍ୟେକ ବର୍ଷ 12ରୁ 16 ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥାଏ । ଜାନୁୟାରୀ 12ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ । ଏହିବର୍ଷ ଏହି ମହୋତ୍ସବ ଆୟୋଜନ ମହାରାଷ୍ଟ୍ର କରୁଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ହମ୍‌ଲା କରି ବଂଶବାଦ ରାଜନୀତିକୁ ଦେଶ ପାଇଁ ଘାତକ ବୋଲି କହିବା ସହ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଭାରତ ଆଜି ଶୀର୍ଷ 5 ବିଶ୍ୱ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ ଏବଂ ଏହା ଯୁବଶକ୍ତିଙ୍କ କାରଣରୁ ସମ୍ଭବ ହୋଇଛି । ପ୍ରଥମ ଥର ମତଦାନ କରିଥିବା ଯୁବକ ଆମ ଗଣତନ୍ତ୍ରରେ ନୂଆ ଉର୍ଜା ଓ ଶକ୍ତି ଆଣିପାରିବେ । ସେ କହିଛନ୍ତି ଯେ, ଭାରତ ଗଣତନ୍ତ୍ରର ଜନନୀ ଅଟେ । ଗଣତନ୍ତ୍ରରେ ଯୁବକଙ୍କ ଭାଗିଦାରିତା ଯେତେ ଅଧିକ ହେବ, ଦେଶର ଭବିଷ୍ୟ ସେତିକି ଭଲ ହେବ । ଯୁବକ ସକ୍ରିୟ ରାଜନୀତିକୁ ଆସିଲେ ବଂଶବାଦ ରାଜନୀତି କମ୍ ହେବ । ବଂଶବାଦ ରାଜନୀତି କାରଣରୁ ଦେଶର ବହୁତ କ୍ଷତି ହୋଇଛି ବୋଲି ପିଏମ ମୋଦି କହିଛନ୍ତି।

Show More

Related Articles

Back to top button