ସ୍ୱାସ୍ଥ୍ୟ

ଯଦି ଆପଣ ସାରୁ ଖାଉ ନାହାନ୍ତି ତେବେ ଆଜି ହିଁ ଖାଆନ୍ତୁ , ହୃତପିଣ୍ଡ ସୁସ୍ଥ ରହିବା ସହିତ ମିଳିବ ଅନେକ ଲାଭ

ଆମ ଓଡ଼ିଆ ଘରର ବିଭିନ୍ନ ଖାଦ୍ୟରେ ପ୍ରାୟ ଆଳୁ ସହିତ ସାରୁର ବ୍ୟବହାର ହୋଇଥାଏ l ଆମେ ସାରୁ ସହିତ ତାର ପତ୍ରର ମଧ୍ୟ ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ କରି ଖାଇଥାଉ l କିନ୍ତୁ ସାରୁ ଆମ ଶରୀର ପାଇଁ ଅତି ହିତକର ଅଟେ

ଯଦି ଆପଣ ଆଳୁ ଖାଇବାକୁ ଚାହୁଁ ନାହାନ୍ତି ତେବେ ସେହି ସ୍ଥାନରେ ସାରୁ ଖାଇ ପାରିବେ l କାରଣ ସାରୁ ରେ ଅନେକ ପ୍ରକାରର ପୋଷାକ ତତ୍ୱ ଭରି ହୋଇ ରହିଛି l ଯେପରି ପୋଟାସିୟମ ,ମାଗ୍ନେଶୀୟମ ,ଭିଟାମିନ ସି ଓ ଇ ଇତ୍ୟାଦି l

* ସାରୁ ଗୋଟିଏ ଷ୍ଟାର୍ଚ୍ଚ ଯୁକ୍ତ ପରିବା ଅଟେ l ଏଥିରେ ୨ ପ୍ରକାରର କାର୍ବୋହାଇଡ୍ରେଟ ରହିଛି l ଯାହାଦ୍ୱରା ଆମର ରକ୍ତ ଶର୍କରା ସ୍ତରରେ କୌଣସି ପ୍ରଭାବ ପଡି ନଥାଏ l ବିଶେଷ କରି ଟାଇପ ୨ ମଧୁମେହ ପାଇଁ ସାରୁ ଖାଇବା ହିତକର l

* ରେଜିଷ୍ଟନ୍ସ ଷ୍ଟାର୍ଚ୍ଚ ଓ ଫାଇବର ରହିଥିବା କାରଣରୁ ଆପଣଙ୍କ ହୃତ୍ପିଣ୍ଡକୁ ସାରୁ ସୁସ୍ଥ ରଖିଥାଏ l ଗବେଷଣା ଅନୁସାରେ ଫାଇବର ଯୁକ୍ତ ଜିନିଷ ଅଧିକ ସେବନ କରିବା ଦ୍ୱାରା ହୃତ୍ପିଣ୍ଡ ଜନିତ ବିଭିନ୍ନ ସମସ୍ୟା ଠାରୁ ଦୁରେଇ ରହି ହେବ l ସାରୁ ଫ୍ୟାଟ ଓ କୋଲେଷ୍ଟ୍ରଲ ଶୂନ୍ୟ ଅଟେ l ଏଥିରେ ଭିଟାମିନ ଇ ର ଉଚ ମାତ୍ରା ରହିଥିବା କାରଣରୁ ହୃତ୍ପିଣ୍ଡ ପାଇଁ ହିତକର l

* ଶରୀରରେ ଅଧିକାଂଶ ରୋଗର ସମସ୍ୟା ପେଟ ସମସ୍ୟାରୁ ଦେଖା ଯାଇଥାଏ l ପେଟକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ l ଏଥିରେ ଥିବା ରେଜିଷ୍ଟନ୍ସ ଷ୍ଟାର୍ଚ୍ଚ ଅନ୍ତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

* ସାରୁରେ ଥିବା ମଗ୍ନେଶୀୟମ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ l ତେଣୁକରି ରକ୍ତଚାପ ରୋଗୀ ମାନେ ସାରୁ ଖାଇବା ନିହାତି ଆବଶ୍ୟକ l

Show More

Related Articles

Back to top button