ଦେଶ ବିଦେଶ

ରାତିରେ ମଶା ମାନଙ୍କ କବଳରୁ ନିଜକୁ ଓ ଘରକୁ ରକ୍ଷା କରିବା ପାଇଁ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ଗରମ ଦିନ ଆସି ଯିବାରୁ ମଶା ମାନଙ୍କର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହି ଗ୍ରୀଷ୍ମ ଋତୁରେ ମଶାଙ୍କ ପ୍ରକୋପ କିଛି ଅଧିକ ଦେଖା ଯାଇଥାଏ l ଏହି ସମୟରେ ବଜାରରେ ଥିବା ରାସାୟନିକ ପଦାର୍ଥ ମଧ୍ୟ କାମରେ ଆସି ନଥାଏ

ଯଦି ଆମେ ଏହି ରାସାୟନିକ ପଦାର୍ଥ ବ୍ୟବହାର କରିଥାଉ ତେବେ ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ l ତେଣୁ ଆପଣାନ୍ତୁ କେତୋଟି ଘରୋଇ ଉପାୟ l

* ଆଜିକାଲି ମିଳୁଥିବା ରସୁଣ ତେଲକୁ ଏଥିପାଇଁ ବ୍ୟବହାର କରନ୍ତୁ l କାରଣ ରସୁଣର ଗନ୍ଧ ଉତ୍ୟକ୍ତ ହୋଇଥିବା କାରଣରୁ ମଶା ମାନଙ୍କୁ ଆପଣଙ୍କ ନିକଟରୁ ଦୁରେଇ ରଖିଥାଏ l ନଚେତ ୨ଶହ ଗ୍ରାମ ରସୁଣକୁ ତେଲରେ ଫୁଟାଇ ଶରୀରରେ ମାଲିସ କରନ୍ତୁ l

* ସୋରିଷ ତେଲ ଓ ଜୁଆଣୀରେ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ ,ଏହି ପେଷ୍ଟକୁ ଶୁଖାଇ ନିଅନ୍ତୁ l ଶୁଖିଗଲା ପରେ ସେଥିରେ ନଡ଼ିଆ କତା ପକାଇ ଜଳାନ୍ତୁ l ସନ୍ଧ୍ୟା ସମୟରେ ଜଳାଇବା ଦ୍ୱାରା ଘରୁ ମଶା ପଳାଇ ଯାଇଥାଆନ୍ତି l

 

* ଯେତେବେଳେ ମଶା ଲୀକୁଇଡ ବୋତଲରେ ରିଫିଲ ଖାଲି ହୋଇ ଯାଉଛି ସେତେବେଳେ ସେଥିରେ ଲେମ୍ବୁ ରସ ଓ ନୀଳଗିରି ତେଲ ଭରି କରି ବ୍ୟବହାର କରନ୍ତୁ l ଏହାକୁ ହାତ ଓ ଗୋଡ଼ରେ ମଧ୍ୟ ଲଗାଇ ପାରିବେ l

* ଲିମ୍ବ ପତ୍ରକୁ ଶୁଖାଇ ଜଳାଇବା ଦ୍ୱାରା ଘରେ ମଶା ହୋଇ ନ ଥାଆନ୍ତି l ଏବଂ ଘରକୁ ପୋଛିଲା ବେଳେ ସେଥିରେ ଲିମ୍ବର ଲିକୁଇଡ଼ ପକାଇ ପୋଛନ୍ତୁ l ବଜାରରେ ମିଳୁଥିବା ପୁଦିନା ପତ୍ର ରସକୁ ମଧ୍ୟ ମଶା ମାନଙ୍କ ପାଇଁ ବ୍ୟବହାର କରି ପାରିବେ l

Show More

Related Articles

Back to top button