ଦେଶ ବିଦେଶ

ଆଜି ଶନିବାର : ଶନିଦେବଙ୍କ ଆଶୀର୍ବାଦ ଓ ଜୀବନରେ ସଫଳତା ମିଳିବାକୁ ହେଲେ ଆପଣାନ୍ତୁ ଏହି ଉପାୟ

ଶନି ଦେବଙ୍କୁ ସମସ୍ତ ଗ୍ରହର ନ୍ୟାୟାଧୀଶଙ୍କ ସ୍ଥାନ ଦିଆଯାଇଛି l ସେଥିପାଇଁ ଆମର ସମସ୍ତ ଭଲ ଓ ଖରାପ କର୍ମ ଅନୁସାରେ ଆମେ ଫଳ ପ୍ରାପ୍ତି କରିଥାଉ

ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀ ରେ ଶନିଙ୍କ ଛାୟା ରହିଛି ତେବେ ସିଏ ସମସ୍ତ ପ୍ରକାର ସମସ୍ୟାକୁ ସମୁଖୀନ କରିଥାଆନ୍ତି l ଶାସ୍ତ୍ର ଅନୁସାରେ ଶନିଙ୍କ କୃପା ଲାଭ କରିବା ପାଇଁ ଶନିବାର ଦିନ କିଛିଟା ବିଶେଷ ଉପାୟ କରିବା ଆବଶ୍ୟକ l

* ଜୀବନରେ ସକାରାତ୍ମକ ଶକ୍ତି ସହିତ ଶାନ୍ତି ପାଇବା ପାଇଁ ଶନିବାର ଦିନ ଓସ୍ତ ଗଛକୁ ତମ୍ବା ପାତ୍ରରେ ସକାଳୁ ଗାଧୋଇ ଜଳ ଦାନ କରନ୍ତୁ ଏବଂ ଏହାର ଚାରି ପାଖରେ ୭ଥର ହନୁମାନଙ୍କ ନାମ ନେଇ ପରିକ୍ରମା କରିବା ଦ୍ୱାରା ଜୀବନରେ ଅଧିକାଂଶ ଅସୁବିଧା ଦୂର ହୋଇଯାଇଥାଏ l

* ଶନି ଦେବ ହାଣିମାନଙ୍କ ଭକ୍ତ ମାନଙ୍କ ଉପରେ ସବୁବେଳେ ଆଶୀର୍ବାଦ ରଖିଥାନ୍ତି ,ତେଣୁ ଶନି ବାର ଦିନ ସକାଳୁ ଗଢି ସାରି ହନୁମାନ ଚାଳିଶ ପାଠ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ଘର ଉପରେ ଥିବା ସମସ୍ତ ସଙ୍କଟ ଦୂର ହୋଇଯିବ l

* ଶନିବାର ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ନିକଟରେ ରାଶି ଟେଲର ଦୀପ ଜଳାନ୍ତୁ ,କିନ୍ତୁ ଏହି ଦୀପର ଚାରିଟି ମୁଖ ଥିବା ବଶ୍ୟକ l ଏହା ଦ୍ୱାରା ବୈଭବ ଓ ଯଶ ପ୍ରାପ୍ତି ହୋଇଥାଏ l

* ଶନିବାର ଦିନ ଘରର ସମସ୍ତ ଖରାପ ପ୍ରଭାବକୁ ଦୂର ଜକରିବା ପାଇଁ କଳା ଜିନିଷର ଦାନ କରନ୍ତୁ l ଯେପରି କି କଳା ବିରି ଡାଲି ,କଳା କପଡା ,କଳା ରାଶି ଓ କଳା ଚଣା ଇତ୍ୟାଦି l ଏଗୁଡିକ ଦାନ ଦେବା ଦ୍ୱାରା ଶନି ଦେବଙ୍କର ବିଶେଷ କୃପା ଲାଭ ହେବ ସହିତ ପିଲା ମାନଙ୍କରେ ଉନ୍ନତି ମଧ୍ୟ ହୋଇଥାଏ l

* ଶନିବାର ଦିନ ଗାଈଙ୍କୁ ଦୁବ ଘାସ ଅରୁଆ ଚାଉଳ ସହିତ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ l ଏଭଳି କରିବା ଦ୍ୱାରା ପଡି ରହିଥିବା କାର୍ଯ୍ୟରେ ଆପଣ ସଫଳ ହେବେ ଓ ରୋଗର ବ୍ୟାଧି ଦୁରେଇ ଯିବା l

Show More

Related Articles

Back to top button