ସ୍ୱାସ୍ଥ୍ୟ

ଆପଣ ମୋଟା ହୋଇଯାଉଛନ୍ତି କି ? ପେଟର ଚର୍ବିକୁ କମାଇବା ପାଇଁ ଏହି ୫ଟି ପାନୀୟକୁ ନିୟମିତ ପିଅନ୍ତୁ

ଅନିୟମିତତା ଖାଦ୍ୟ ପ୍ରଣାଳୀ ଓ ଦିନଚର୍ଯ୍ୟା ଅନେକ ଗୁଡିଏ ରୋଗର କାରଣ ହୋଇଥାଏ ,ସେଥିରୁ ଗୋଟିଏ ହେଲା ମୋଟାପଣ l ମୋଟାପଣ ଆମ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇବା ସହିତ ଆମ ପାଇଁ ଅନେକ ଗୁଡିଏ ରୋଗର ମଧ୍ୟ କାରଣ ହୋଇଥାଏ

ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ l ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ l

ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଂକ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ l ଏହି ଡ୍ରିଂକ୍ସ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମ କୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ l

*ଗ୍ରୀନ ଟି -ଗତ କିଛି ବର୍ଷରୁ ଗ୍ରୀନ ଟି ଖୁବ ଅଧିକ ଲୋକପ୍ରିୟ ହେବାରେ ଲାଗିଛି l ଏଥିରେ ଆଣ୍ଟିଅକ୍ସିଡାଣ୍ଟ ରହିଥିବା କାରଣରୁ ଓଜନ କମାଇବାରେ ସାହାଯ୍ୟ କରିଥାଏ l ସ୍ୱାଦ ଯୁକ୍ତ କରିବା ପାଇଁ ଆପଣ ଏଥିରେ ଲେମ୍ବୁ ମିଶାଇ ପାରିବେ l

*ଲେମ୍ବୁ ପାଣି -ନିଜର ଥକ୍କା ମେଣ୍ଟାଇବା ପାଇଁ ଆପଣ ଲେମ୍ବୁ ପାଣି ସେବନ କରିପାରନ୍ତି l ନିଜ ଦିନର ଆରମ୍ଭ ଗୋଟିଏ ଗ୍ଲାସ ଉଷୁମ ଲେମ୍ବୁ ପାଣିରୁ ଆରମ୍ଭ କରନ୍ତୁ l କାରଣ ଏହା ଶରୀରର ମେଟାବୋଲିଯିମଙ୍କୁ ବଢ଼ାଇ ଓଜନକୁ ନିତନ୍ତ୍ରଣ କରିଥାଏ l ଏହି ଡ୍ରିଂକ୍ସ ରେ ଆଣ୍ଟିଅକ୍ସିଡାଣ୍ଟ ଓ ପେକଟିଂ ଫାଇବର ରହିଥାଏ l ଯାହା ପେଟର ଚର୍ବିକୁ ତରଲେଇବା ରେ ସାହାଯ୍ୟ କରେ l

*ଜୁଆଣି ପାଣି -ଜୁଆଣି ହଜମ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ l ଏହାଦ୍ୱାରା ପାଚନ କ୍ରିୟା ଦୃତ ହୋଇଥାଏ ଓ ପୋଷାକ ତତ୍ଵକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l ଜୁଆଣି ପାଣି ପେଟକୁ ସଫା କରିବା ସହିତ ଚର୍ବିକୁ କମାଇବାରେ ସାହାଯ୍ୟ କରେ l

*ପାନମଧୁରୀ ପାଣି -ଶରୀରର ଫୁଲା କୁ କମାଇବା ସହିତ ବଦହଜମି କୁ ନିୟଂତ୍ରଣ କରିଥାଏ l ପାନମଧୁରୀ ମୁତ୍ରାଵର୍ଧକ ଅଟେ ,ଯାହା ଶରୀରକୁ ଡିଟକ୍ସି କରିବାରେ ସାହାଯ୍ୟ କରିଥାଏ l ପାନମଧୁରୀ ମେଟାବୋଲିଯିମ କୁ ବଢ଼ାଇଥାଏ l ତେଣୁ ରାତିରେ ପାନମଧୁରୀକୁ ବତୁରାଈ ରଖନ୍ତୁ ,ସକାଳୁ ତାହାକୁ ଛାଣି ଖାଲି ପେଟରେ ପିଅନ୍ତୁ l

*ଜିରାପାଣି – ଜିରାକୁ ଭାରତୀୟ ତରକାରୀରେ ମୁଖ୍ୟ ମସଲା ଭାବରେ ଗ୍ରହଣ କରାଯାଏ lଜିରା ପାଣି ବିଏକ କ୍ୟାଲୋରୀ ଯୁକ୍ତ ପାନୀୟ ଅଟେ l ଯାହା ପାଚନ ଶକ୍ତିକୁ ବଢ଼ାଇଥାଏ ,ପେଟର ଚର୍ବିକୁ ତରଲିବାରେ ସାହାଯ୍ୟ କରିଥାଏ l ଏହା ଭୋକକୁ ଦବେଇବା ସହିତ ଓଜନକୁ କମାଇବାରେ ସାହାଯ୍ୟ କରିଥାଏ l

Show More

Related Articles

Back to top button