ଜୀବନଚର୍ଯ୍ୟା

କଣ ଆପଣଙ୍କୁ ରାତିରେ ଭଲ ନିଦ ହେଉନାହିଁ ?

ଆପଣାନ୍ତୁ ଏହି ଉପାୟ

ଖୁବ୍ ପୁରୁଣା ଯୁଗରୁ ରାତିରେ ଶୋଇବା ପୁର୍ବରୁ ଉଷୁମ୍ କ୍ଷୀର ପିଇ ଶୋଇବାକୁ କୁହାଯାଇଛି । କୁହାଯାଏ ଯେ ଏହାଦ୍ବାରା ଦିନ ସାରାର ଥକା ଦୁର ହୋଇଥାଏ ଓ ଭଲ ନିଦ ହୋଇଥାଏ । ବର୍ତ୍ତମାନ୍ ଆମେରିକାର ବୈଜ୍ଞାନିକ ମାନେ ଏହାକୁ ନେଇ କରିଥିବା ଗବେଷଣା ରେ କହିଛନ୍ତି ଯେ ଦୁଗ୍ଧ ରେ ଟ୍ରିପ୍ଟଫାନ୍ ନାମକ ତତ୍ତ୍ଵ ରହିଛି , ଯାହା ନିଦ ଠିକ୍ ଭାବରେ କରାଇ ଥାଏ ଓ ମାନସିକ ଚାପ କମାଇ ଥାଏ ।
* ଆମେରିକାର ବୈଜ୍ଞାନିକ ମାନଙ୍କ ଗବେଷଣା ଅନୁସାରେ ଆମେରିକାରେ ଏକ ତୃତୀୟାଂଶ ଆମେରିକୀୟ ବୟସ୍କ ଅନିଦ୍ରା ର ଶିକାର ହୋଇ ଥାଆନ୍ତି । ତେଣୁ ସେମାନେ ଔଷଧ ମଧ୍ୟ ସେବନ କରି ଥାଆନ୍ତି , କିନ୍ତୁ ଏହାର ସାଇଡ୍ ଇଫେକ୍ଟ ରହିଛି । ତେଣୁ ସେମାନେ ମାନସିକ ଚାପ ର ଶିକାର ମଧ୍ୟ ହୋଇ ପାରନ୍ତି । ତେଣୁ ଏହାର ବିକଳ୍ପ ଭାବରେ ଉଷୁମ ଦୁଗ୍ଧ ପିଇବା ହିତକର ।

* ଆୟୁର୍ବେଦ ଅନୁସାରେ ରାତିରେ ଦୁଗ୍ଧ ପିଇବା ଦ୍ଵାରା ମାଇଣ୍ଡ ରିଲକ୍ସ୍ ହୋଇଥାଏ ଓ ନିଦ ଠିକ୍ ଭାବରେ ହୁଏ ।ଶରୀରର ମାଂସପେଶୀ ଗୁଡ଼ିକୁ ଆରାମ ମିଳିବା ସହିତ ହାଡ ମଧ୍ୟ ଶକ୍ତ ହୋଇଥାଏ । କାରଣ ଦୁଗ୍ଧ ରେ କ୍ୟାଲସିୟମ ଥାଏ ।
* ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି ସେମାନେ ରାତିରେ ଦୁଗ୍ଧ ପିଇବେ କି ନାହିଁ ଡ଼ାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । କାରଣ ଦୁଗ୍ଧ ମଧୁମେହ ରୋଗୀ ଙ୍କର ଇନ୍ସୁଲିନ ସ୍ତର କୁ ରାତିରେ ଦୁଗ୍ଧ ପିଇବା ଦ୍ଵାରା ବଢାଇ ଥାଏ ।
* ଆପଣ ଯଦି ଉଚ୍ଚ ରକ୍ତଚାପ ରୋଗୀ ତେବେ ବେଶୀ ଗାଢ଼ ଦୁଗ୍ଧ ପିଇବା ଉଚିତ୍ ନୁହେଁ , ଏହାର ଅର୍ଥ ମଲାଇ ବିହୀନ ଦୁଗ୍ଧ ପିଇବା ଉଚିତ୍ । ଏହା ଆପଣଙ୍କୁ ଭଲ ନିଦ ଦେବା ସହିତ ମାନସିକ ଚାପ କୁ ନିୟନ୍ତ୍ରଣ କରିବ ।

Show More

Related Articles

Back to top button