ସ୍ୱାସ୍ଥ୍ୟ

ଦାଢ଼ି ରଖୁଥିଲେ ସାବଧାନ ! ବଢାଉଛି କରୋନା ଆଶଙ୍କା

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ଆଉ ଏକ କାରଣ ଏବେ ଜଣାପଡିଛି ଯେଉଁଥିପାଇଁ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି, ତାହା ହେଉଛି ଦାଢି

ଲୋକେ ଧାର୍ମିକ ଓ ବ୍ୟକ୍ତିଗତ କାରଣରୁ ଦାଢି ରଖନ୍ତି କେତେକ ସୌକରେ ମଧ୍ୟ ଦାଢି ବଢାନ୍ତି। ଦାଢି ଯୋଗୁ ମାସ୍କ ମୁହଁରେ ଠିକ୍‌ ଭାବେ ଫିଟ୍ ହୋଇପାରୁନି। ଏଣୁ ସଂକ୍ରମଣର ବିପଦ ବଢାଉଥିବା ଜଣାପଡିଛି।କରୋନା ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ମୁହଁକୁ ଆବୃତ୍ତକରି ରଖିବା ଦରକାର। ହେଲେ ଦାଢି ଯୋଗୁ ଏନ-୯୫ ମାସ୍କ ହେଉ ଅଥବା ସର୍ଜିକାଲ ମାସ୍କ ଠିକଭାବେ ମୁହଁକୁ ଘୋଡାଇପାରୁନଥିବା ଏବେ ଜଣାପଡିଛି। କରୋନା ଭୂତାଣୁ ନାକ ରାସ୍ତାରେ ନିଶ୍ୱାସ ପ୍ରଶ୍ୱାସ ବାହିକା ଦେଇ ଶରୀରରେ ପ୍ରବେଶ କରୁଛି।

ଯାହା ପରେ ଫୁଶଫୁଶ ମାଧ୍ୟମରେ ସାରା ଶରୀରକୁ ବ୍ୟାପି ଯାଉଛି। ଏଥିରେ ମାସ୍କ ପବନକୁ ଛାଣିବାରେ ଆମକୁ ସହାୟତା କରୁଛି। ପବନରେ ଭାସି ବୁଲୁଥିବା ଭୂତାଣୁ ମାସ୍କରେ ଅଟକି ଯାଉଛନ୍ତି।ତେବେ ଦାଢି ବଢାଉଥିବା ଲୋକେ ଏହା ଦ୍ୱାରା ପବନ ଫିଲ୍ଟର ହେଉଥିବା ଭାବନ୍ତି। ହେଲେ ଏହା ମାସ୍କ ଭଳି ସହାୟକ ହୋଇପାରୁନଥିବା ଏବେ ଜଣାପଡିଛି। ଏଣୁ ଯେଉଁ ପର୍ଯ୍ୟନ୍ତ କରୋନା ବିପଦ ରହିଛି ଅନୁନ୍ୟ ସେହି ପର୍ଯ୍ୟନ୍ତ ଦାଢି ବଢାଇବା ସୌକ ପରିତ୍ୟାଗ କରିଦେବା ଦରକାର। ତେବେ ସବୁକ୍ଷେତ୍ରରେ ମାସ୍କ ପିନ୍ଧିବା ଜରୁରି।

Show More

Related Articles

Back to top button