ସ୍ୱାସ୍ଥ୍ୟ

ଅଣ୍ଡା ଖାଉଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ : ଏହି କଥାକୁ ଧ୍ୟାନ ନଦେଲେ ହୋଇଥାଏ ଶରୀର ପାଇଁ କ୍ଷତିକାରକ

ଅଣ୍ଡା ଖାଇବାକୁ ପ୍ରାୟ ସମସ୍ତ ବ୍ୟକ୍ତି ପସନ୍ଦ କରିଥାନ୍ତି l ଅଣ୍ଡା ପ୍ରୋଟିନର ଗୋଟିଏ ଭଲ ସ୍ରୋତ ଅଟେ l ଅଣ୍ଡାରେ ଅନେକ ଗୁଡିଏ ପୋଷକତତ୍ୱ ରହିଥିବା କାରଣରୁ ଏହାକୁ ପ୍ରାୟ ସମସ୍ତ ଲୋକ ପ୍ରତେକ ଦିନ ଖାଇଥାନ୍ତି

ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର ହୋଇଥିଲେ ମଧ୍ୟ ନଖାଇବା ସମୟରେ କେତୋଟି କଥାକୁ ଧ୍ୟାନ ଦେବା ଉଚିତ ,ନଚେତ ଏହା ଶରୀର ପକ୍ଷ କ୍ଷତିକାରକ ହୋଇପାରେl

କେଉଁ କଥାର ଧ୍ୟାନ ରଖିବା ଉଚିତ –

* ଅଣ୍ଡା ସିଝାଇ ଖାଇଲେ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ l କିନ୍ତୁ ଯଦି ଏହାକୁ ଅଧିକ ସିଝାଇ ଦିଆଯାଏ ତେବେ ଏହା ଶରୀର ପକ୍ଷ କ୍ଷତିକାରକ ହୋଇଥାଏ l ଅଧିକ ସିଝାଇବା ଦ୍ୱାରା ଏହାର ପୋଷକତତ୍ୱ ନଷ୍ଟ ହୋଇଯାଇଥାଏ l ଏଥିରେ ଥିବା ଭିଟାମିନ-ଏ ଅଧିକ ସିଝିବ କାରଣରୁ ନଷ୍ଟ ହୁଏ l

* ଜିମ୍ ଯାଉଥିବା ବ୍ୟକ୍ତି ମାନେ କହିଥାନ୍ତି ଯେ ଅଧିକାଂଶ ସମୟରେ ସେମାନେ କଞ୍ଚା ଅଣ୍ଡା ଖାଇଦେଇ ଥାନ୍ତି l ଯଦି ଏପରି କରୁଛନ୍ତି ତେବେ ଏହା ଠିକ ନୁହେଁ ,କାରଣ କଞ୍ଚା ଅଣ୍ଡାରେ ପ୍ରୋଟିନର ଅଲଗା ଅଲଗା ଭାଗ ରହିଥାଏ l ଯେତେବେଳେ ଆମେ ଅଣ୍ଡାକୁ ସିଝାଇ ଖାଇଥାଉ ତେବେ ସମସ୍ତ ପ୍ରୋଟିନ ଏକ ସାଙ୍ଗରେ ମିଳିଥାଏ l

* ଅଣ୍ଡର କଞ୍ଚା ଭାଗକୁ ଖାଇବା ଦ୍ୱାରା ବାୟୋଟିନ ନାମକ ଏକ ପ୍ରକାରର ଭିଟାମିନ କମି ଯାଇଥାଏ l ସେହି ଭିଟାମିନ ଏଚ ଓ ଭିଟାମିନ-ବି ର କମି ଭୋଗିବାକୁ ପଢ଼ିଥାଏ ଯାହାଦ୍ୱାରା ମାଂସପେଶୀରେ ଯନ୍ତ୍ରଣା ଓ ତ୍ୱଚା ସମ୍ବଧୀୟ ରୋଗ ଦେଖା ଦେଇଥାଏl

Show More

Related Articles

Back to top button