ସ୍ୱାସ୍ଥ୍ୟ

ଓଜନ କମାଇବା ପାଇଁ ଡାଏଟିଂ କରୁଥିଲେ ହୋଇଯାନ୍ତୁ ସାବଧାନ

ଦେଖା ଦେଇପାରେ ଏହି ଅସୁବିଧା-

ଅଧିକାଂଶ ଲୋକଙ୍କର ଧାରଣା ରହିଛି ଡାଏଟିଂ କରିବା ଦ୍ୱାରା ଓଜନ କମ ହେବାର ସମ୍ଭାବନା ରହିଥାଏ l ଗବେଷକ ମାନେ କହିଛନ୍ତି ଯେ ଡାଏଟିଂ ଦ୍ୱାରା ମସ୍ତିସ୍କ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଓଲଟା ପ୍ରଭାବ ପଡିଥାଏ l ଏମିତିରେ ଦେଖିବାକୁ ଗଲେ ସପ୍ତାହକୁ ଥରଟିଏ ଯଦି ଉପବାସ କରିବା ତେବେ ଶରୀର ପାଇଁ ହିତକର ହୋଇଥାଏ ,କିନ୍ତୁ ନିର୍ଦ୍ଧିଷ୍ଟ ଡାଏଟିଂ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ l ଗବେଷକ ମାନଙ୍କ ମତରେ ଏହା ପଛରେ ନିର୍ଦ୍ଧିଷ୍ଟ ବୈଜ୍ଞାନିକ କାରଣ ରହିଛି l

ଗବେଷଣାରୁ ଜଣା ପଡିଛି ଅଧିକ ଡାଏଟିଂ କରିବା ଦ୍ୱାରା ବାସ୍ତବ ଭାବରେ ଓଜନ ବଢିଥାଏ l ଆମେରିକାର ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ,୩୨ ଜଣ ଲୋକଙ୍କ ଉପରେ ହୋଇଥିବା ଗବେଷଣାକୁ ନେଇ ଜଣାପଡିଛି ଯେ ନିର୍ଦ୍ଧିଷ୍ଟ କ୍ୟାଲୋରୀ ଯୁକ୍ତ ଖାଦ୍ୟ ନ ଖାଇବା ଦ୍ୱାରା ଓଜନ ବଢି ଯାଇଥିଲା l

କମ ଭୋଜନ କରିବା ଦ୍ୱାରା ଆପଣଙ୍କ ଶରୀରରୁ ଉର୍ଜା ଜଳାଇବାର କ୍ଷମତା ନଷ୍ଟ ହୋଇ ଯାଇଥାଏ l ଯାହାଦ୍ୱାରା ଥକା ଲାଗିଥାଏ l ଗୋଟିଏ ଗବେଷଣା ସୂତ୍ରରୁ ଜଣାପଡିଛି ଯେ କମ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଆପଣଙ୍କ ଶରୀରକୁ ଥକାଇ ଦେଇଥାଏ l ତେଣୁ ଆପଣଙ୍କ ଆହାରରୁ ସମ୍ପୂର୍ଣ ଭାବରେ କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟକୁ ହଟାଇବା ଠିକ ନୁହେଁ l

ଆପଣଙ୍କୁ ଡାଏଟିଂ ଦୁର୍ବଳ କରାଇ ଦେଇଥାଏ l ହାବାର୍ଡ ମେଡିକାଲ ବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ମତରେ ,ଦୀର୍ଘ ସମୟ ଧରି ଉପବାସ ରହିବା ଦ୍ୱାରା ମୁଣ୍ଡ ବିନ୍ଧା ,ଅଳସୁଆମୀ ଓ କୋଷ୍ଠ କାଠିନ୍ୟ ସମସ୍ୟା ଦେଖା ଦେଇଥାଏ l ଏହା ସହିତ ଡାଏଟିଂ ଦ୍ୱାରା କେଶ ଝଡିବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ l

Show More

Related Articles

Back to top button