ସ୍ୱାସ୍ଥ୍ୟ

ସେଓ ଚୋପାର ଲାଭ ବିଷୟରେ ଜାଣିଲେ ହୁଏତ ଆଉ ଫୋପାଡିବେ ନାହିଁ

ଜାଣନ୍ତୁ ମିଳିଥାଏ ଏହିସବୁ ଲାଭ

ପ୍ରତେକ ଝିଅଙ୍କର ସ୍ବପ୍ନ ରହିଥାଏ ସୁନ୍ଦର ଦେଖାଯିବେ କିପରି ? ଆଜିକାଲିର ପ୍ରଦୂଷିତ ଜଳବାୟୁ ,ଧୂଳି ଓ ସୂର୍ଯ୍ୟଙ୍କ କିରଣର ପ୍ରଭାବ ପ୍ରାୟ ସମସ୍ତଙ୍କ ତ୍ୱଚା ଉପରେ ପ୍ରଭାବ ପଡୁଛି l ଆମେ ପ୍ରାୟ ବଜାରରୁ ଦାମିକିଆ ପ୍ରସାଧନ ସାମଗ୍ରୀ ଆଣି ବ୍ୟବହାର କରିଥାଉ ,କିନ୍ତୁ ଆପଣ ଚାହିଁଲେ କିଛି ଘରୋଇ ଉପାୟ ଦ୍ୱାରା ମଧ୍ୟ ନିଜକୁ ସୁନ୍ଦର ରଖି ପାରିବେ l ଏଥିପାଇଁ ସେଓ ଚୋପା ବ୍ୟବହାର କରିବା ଅତ୍ୟନ୍ତ ହିତକର l

ଯେପରି ସେଓ ଆମ ଶରୀରକୁ ସୁସ୍ଥ ରଖିଥାଏ ସେହିଭଳି ସେଓ ଚୋପା ମଧ୍ୟ ଶରୀର ପାଇଁ ହିତକର ଅଟେ l ଆମେ ସେଓ ଖାଇଲା ପରେ ତା ଚୋପାକୁ ଫୋପାଡ଼ି ଦେଇଥାଉ କିନ୍ତୁ ତାକୁ ଏହିପରି ବ୍ୟବହାର କରିବା ଆବଶ୍ୟକ l

ଆସନ୍ତୁ ଜାଣିବା –

କଞ୍ଚା କ୍ଷୀର ଓ ସେଓ ଚୋପା –

* ସେଓର ଚୋପାକୁ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଯେପରି ଦୀର୍ଘଦିନ ରହି ପାରିବ l

* ଚୋପା ଶୁଖିଯିବା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ଓ ଚାଲୁଣୀରେ ଚଲେଇ ନିଅନ୍ତୁ l

* ଏହାପରେ ଏହି ଗୁଣ୍ଡ ଆବଶ୍ୟକୀୟ ପରିମାଣର ନେଇ ସେଥିରେ କଞ୍ଚା କ୍ଷୀର ମିଶାନ୍ତୁ ଓ ଗୋଟିଏ ଗାଢ଼ ପେଷ୍ଟ ପ୍ରସ୍ତୁତ କରନ୍ତୁ l

* ଏହାପରେ ଏହାକୁ ନିଜ ମୁଖମଣ୍ଡଳ ଓ ବେକରେ ଲଗାନ୍ତୁ ,ଶୁଖିଗଲା ପରେ ପାଣିରେ ଧୋଇ ନିଅନ୍ତୁ l

ସେଓ ଚୋପା ଓ ଟମାଟୋ –

* ସେଓ ଚୋପା ସହିତ ଟମାଟୋକୁ ଭଲରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ l

* ଏହାପରେ ଏଥିରେ କିଛି ଗୋଲାପ ଜଳ ମିଶାଇ ମୁଖମଣ୍ଡଳ ଓ ବେକରେ ଲଗାଇ ନିଅନ୍ତୁ l ଦେଖିବେ ଆପଣଙ୍କ ତ୍ୱଚାରେ ଚମକ ଆସିଯିବ l

Show More

Related Articles

Back to top button