ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଆସିଲା ICMRର ନୂଆ ଟେଷ୍ଟ କିଟ୍: ଦୁଇ ଘଣ୍ଟାରେ ଜାଣିହେବ ଓମିକ୍ରନ

ଦାବି କଲେ ବୈଜ୍ଞାନିକ

ଏବେ ମାତ୍ର ଦୁଇ ଘଣ୍ଟାରେ ଜଣା ପଡ଼ିବ ଓମିକ୍ରନ ରିପୋର୍ଟ । ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ ଆଇସିଏମଆର ଦିବ୍ରୁଗଡ଼ ଏକ କିଟ୍ ପ୍ରସ୍ତୁତ କରିଛି ଯେଉଁଥିରେ ଓମିକ୍ରନ ରିପୋର୍ଟ ମାତ୍ର ୨ ଘଣ୍ଟାରେ ମିଳିପାରିବ । ଡକ୍ଟର ବିଶ୍ବଜ୍ୟୋତି ବରକାକୋଟିଙ୍କ ନେତୃତ୍ୱରେ ଆଇସିଏମଆରର ଏକ ଟିମ୍ ଏହି କିଟ୍ ବିକାଶ କରିଛନ୍ତି ।

ଖୁବ ଶୀଘ୍ର ପବ୍ଲିକ ପ୍ରାଇଭେଟ ପାର୍ଟନରସିପରେ କୋଲକାତାର ଏକ କମ୍ପାନି ଏହି କିଟ୍ ଉତ୍ପାଦନ ଆରମ୍ଭ କରିବ। ବର୍ତ୍ତମାନ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜାଣିବା ଲାଗି ୩ -୪ ଦିନ ଲାଗିଯାଉଛି । ସାମ୍ପଲର ଜେନୋମ ସିକ୍ବେନସିଂ କରିବାକୁ ପଡୁଛି। କିନ୍ତୁ ଏବେ ମାତ୍ର ୨ ଘଣ୍ଟାରେ ଓମିକ୍ରନ ଚିହ୍ନଟ ହୋଇପାରିଲେ ଅନେକାଂଶରେ ଏହାର ସଂକ୍ରମଣ ରୋକାଯାଇପାରିବ ।

Show More

Related Articles

Back to top button