Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜିଠାରୁ କ୍ରିକେଟ ମହାକୁମ୍ଭ

ଅହମ୍ମଦାବାଦ୍‌ : କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଲାଗି କ୍ଷେତ୍ର ପ୍ରସ୍ତୁତ । ବିସିସିଆଇ ଆନୁକୂଲ୍ୟରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଏହି କ୍ରିକେଟ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍‌ସ, ବାଂଲାଦେଶ,ଆଫଗାନିସ୍ତାନ, ଶ୍ରୀଲଙ୍କା ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଅହମ୍ମଦାବାର ମୋ​‌େ​‌ଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗତଥରର ବିଜେତା ଇଂଲଣ୍ଡ ଓ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଗୁରୁବାର ଖେଳାଯିବ।

ଏଥି ସହିତ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ ହେବ। ଏସୀୟ ମହାଦେଶର ଦେଶର ଏହା ହେବ ସର୍ବବୃହତ କ୍ରିକେଟ ମହାକୁମ୍ଭ। ପ୍ରତିଯୋଗିତା ମୋଟ ୧୦ଟି ଗ୍ରାଉଣ୍ଡ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ, ମୁମ୍ବଇର ୱାଙ୍ଖଡେ ଓ ପୁଣେରେ, ହାଇଦରାବାଦ୍‌ର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମ, ଧର୍ମଶାଳାର ଏଚ୍‌ପିସି ଷ୍ଟାଡ଼ିୟମ, ବାଙ୍ଗାଲୋରର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ, ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମ, କଲକାତାର ଇଡେନଗାର୍ଡେନ, ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ମ୍ୟାଚ ଖେଳାଯିବ।

Show More

Related Articles

Back to top button