Breaking PLUSଓଡ଼ିଶାମୁଖ୍ୟ ଖବର

5 ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପାଇଁ ଚୁକ୍ତିନାମନା

ଭୁବନେଶ୍ବର : ଓଡ଼ିଶାରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ଓ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରାଯିବ। ପିପିପି ମୋଡ୍‌ରେ ପ୍ରଥମ ଥର ପାଇଁ ଚିକିତ୍ସାସେବା ସୁବିଧା ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି। ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିପାଇଁ ଘରୋଇ ସହଭାଗୀଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଅନୁଗୋଳ, ବଡ଼ବିଲ, ଭଦ୍ରକ ଏବଂ ଝାରସୁଗୁଡ଼ାରେ ୧୦୦ରୁ ୨୦୦ ଶଯ୍ୟା ମଧ୍ୟରେ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଏବଂ ଝାରସୁଗୁଡ଼ାରେ ଏକ କର୍କଟ ସୁପର ସ୍ପେସିଆଲିଟି ହସ୍ପିଟାଲ ପିପିପି ମୋଡ୍‌ରେ କରାଯିବ। ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି ଅବସରରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଗୁଣାତ୍ମକ ସ୍ବାସ୍ଥ୍ୟ‌େ‌ସବା ପାଇଁ ଭିତ୍ତିଭୂମିର ବିକାଶ କରିବା ହେଉଛି ମୋ ସରକାରର ପ୍ରାଥମିକତା। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟସେବା ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ପ୍ରତିବଦ୍ଧ। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏକ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ପାଇଁ ସମସ୍ତେ ଏକାଠି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଓଡ଼ିଶାରେ ସ୍ବାସ୍ଥ୍ୟକ୍ଷେତ୍ରରେ ରୂପାନ୍ତରଣ ଯାତ୍ରା ଦେଖିବାକୁ ମିଳିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଖାପାଖି ଏକ କୋଟି ପରିବାରର ମନୋବଳ ବୃଦ୍ଧି କରିଛି। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ପ୍ରମୁଖ ଭୂମିକା ଏଥିରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ସ୍ବାସ୍ଥ୍ୟାନୁଷ୍ଠାନ ସ୍ଥାପନ ପାଇଁ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଘରୋଇ ନିବେଶକୁ ଉତ୍ସାହିତ କରୁଛୁ। ଘରୋଇ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ଏହି ଚୁକ୍ତି ସ୍ବାକ୍ଷର ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସରକାର ସମସ୍ତ ସହାୟତା ଏବଂ ସୁବିଧା ପ୍ରଦାନ କରିବେ ବୋଲି କହିଥିଲେ।

Show More

Related Articles

Back to top button