Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବିଦାୟକାଳୀନ ସ୍ପିଚରେ କାନ୍ଦି କାନ୍ଦି ଏୟାରହଷ୍ଟେସ ସୁରଭି ନାୟାର କହିଲେ ‘ମୁଁ ଯିବାକୁ ଚାହୁଁନି’

ମୁଁ କେବେ ଭାବି ନଥିଲି, ଏ ଦିନ ଆସିବ ମୁଁ ଏବେ ଯିବାକୁ ଚାହୁଁନି ।

କୋହ କୋହ କଣ୍ଠରେ ଫାରୱେଲ ସ୍ପିଚ୍ ଦେଇ ଏବେ ଚର୍ଚ୍ଚାରେ ଇଣ୍ଡିଗୋ ବିମାନର ଏୟାରହଷ୍ଟେସ ସୁରଭି ନାୟାର । ମିଡ୍ ନାଇଟ୍ ରେ ନିଜ ଚାକିରିର ବିଦାୟକାଳୀନ ସ୍ପିଚ୍ ଦେବା ସମୟରେ ସେ ଭାବବିହ୍ୱଳ ହୋଇପଡିଥିଲେ । ମୁଁ କେବେ ଭାବି ନଥିଲି, ଏ ଦିନ ଆସିବ ମୁଁ ଏବେ ଯିବାକୁ ଚାହୁଁନି । ଆଜି ଚାକିରିର ଶେଷ ଦିନ କହୁ କହୁ ଆଖିରେ ଲୁହ ଆସିଯାଇଥିଲା । କାନ୍ଦି କାନ୍ଦି ପୁରା ସ୍ପିଚ୍ କହିଥିଲେ ସୁରଭି ନାୟାର ।  ଆଉ ସେ କହିବା ସମୟରେ ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅମୃତା ସୁରେଶ ନାମକ ଏକ ଆରଜେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଚାକିରିର ଶେଷ ଦିନ ସମସ୍ତଙ୍କ ପାଇଁ କଷ୍ଟକର ହୋଇଥାଏ । ଯେଉଁ ଚାକିରି ପାଇଁ ଦିନ ରାତି ପରିଶ୍ରମ କରିବାକୁ ପଡିଥାଏ । ଯାହାକୁ ସୂଚାରୁ ରୂପେ ତୁଲାଇବା ପାଇଁ କଠିନରୁ କଠିନ ପରିଶ୍ରମ କରିବାକୁ ପଡିଥାଏ ତାହାର ଯେବେ ଶେଷ ହୁଏ ଯେ କେହି ବି ଭାବବିହ୍ୱଳ ହୋଇପଡିବ । ବହୁତ କଷ୍ଟ ଲାଗିଥାଏ ସେଦିନ ।

ସେ ବି ଭାବବିହ୍ୱଳ ହୋଇ କହୁ କହୁ କହିଦେଇଥିଲେ ଯେ, ମୁଁ ଏବେ ଯିବାକୁ ଚାହୁଁନି । ଏହି କାର୍ଯ୍ୟ ମୋର ହୃଦୟ । ମୋର ଜୀବନ । ଏହାକୁ ଛାଡି କେମିତି ଯିବି । ଏହି କମ୍ପାନୀ ମତେ ସବୁ କିଛି ଦେଇଛି । ଏହା ସହିତ କାମ କରିବା ମୋ ପାଇଁ ସୌଭାଗ୍ୟ । ନିଜ କର୍ମଚାରୀଙ୍କର ଏହି କମ୍ପାନୀ ବହୁତ ଯତ୍ନ ନିଏ । ଖାସ୍ କରି ଝିଅମାନଙ୍କର । ଆମକୁ ଭଲ କାମ କରିବାକୁ ଉତ୍ସାହ ଦିଏ । ଆମ ସହ ବିମାନରେ ଯାତ୍ରା କରିଥିବା ସମସ୍ତଙ୍କୁ ଧନ୍ୟବାଦ । ଆପଣଙ୍କ ପାଇଁ ଆମକୁ ସମୟରେ ଦରମା ମିଳୁଥିଲା ।  ମୁଁ ଏବେ ଯିବାକୁ ଚାହୁଁନି କିନ୍ତୁ ଯିବାକୁ ତ ପଡିବ ।   ଏହି ଭିଡିଓ ଦେଖି କିଛି ୟୁଜର କହିଛନ୍ତି ଆମେ ମଧ୍ୟ ଆପଣଙ୍କୁ ମିସ୍ କରିବୁ । ଏତେ ସୁନ୍ଦର ସେବା ପାଇଁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ।

Show More

Related Articles

Back to top button