ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ,ବଢିଲା କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ

ବୋନସ ଓ ଭତ୍ତା ବାବଦକୁ ୧୨0 କୋଟି ମଞ୍ଜୁର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ବଢିଲା କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ । ଏଥିରେ ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ରର ସଂଗ୍ରହ ମୂଲ୍ୟ ବୃଦ୍ଧି କରିବା ପାଇଁ ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଫସଲ ବର୍ଷ ପାଇଁ ଉଭୟ ପ୍ରୋସେସ ଅଞ୍ଚଳ ଓ ଫାଲ ଅଞ୍ଚଳରେ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ରେ ବୃଦ୍ଧି କରାଯାଇ ଛି। ଏହାଦ୍ଵାରା ରାଜ୍ୟରେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉକୃତ ହେବେ । ରାଜ୍ୟର ୭.୫୦ ଲକ୍ଷ ଗରୀବ କେନ୍ଦୁପତ୍ର ତୋଳାଳୀ ୨୪୦ କୋଟି ଟଙ୍କାର ଅଧିକ ରୋଜଗାର ପାଇପାରିବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଜନଜାତି ମହିଳା । ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବୋନସ ଓ ବିଭିନ୍ନ ଭତ୍ତା ବାବଦରେ ମଧ୍ୟ୍ୟ ୧୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ଵାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ  ଉପକୃତ ହେବେ ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ସମସ୍ତ ଲାଭକୁ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ଅନ୍ୟାନ୍ୟ କର୍ମଚାରୀ  ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି ।

Show More

Related Articles

Back to top button