Breaking PLUSଓଡ଼ିଶାମୁଖ୍ୟ ଖବର

ଖୋଲିଲା ହୀରାକୁଦ ଗେଟ୍‌

ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍‌ । ଚଳିତ ବର୍ଷର ଛଡ଼ାଗଲା ପ୍ରଥମ ବନ୍ୟାଜଳ । ହୀରାକୁଦର ଗେଟ୍‌ ନମ୍ବର ୭ ଜରିଆରେ ଛଡାଯାଇଛି ବନ୍ୟାଜଳ । ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ଗେଟ୍‌ ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ୬୧୩.୧୫ ଫୁଟ୍‌ ଜଳ ରହିଛି ।

ତେବେ ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ୍‌ ପାଣି ଆସିବା ନେଇ ସିଡବ୍ଲୁସି ଆକଳନ କରିଛି । ଏହାଛଡା ପାୱାର୍‌ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ଆଦି ମିଶି ଯେତିକି ପାଣି ଉପରମୁଣ୍ଡରୁ ଆସିବ , ତେଣୁ ସବୁ ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ । ଏବେ ଜଳଭଣ୍ଡାରର ପ୍ରଥମ ବନ୍ୟାଜଳ ଛଡାଯାଇଛି । ଯାହାଫଳରେ ବନ୍ଧ ତଳ ପଟକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି ।

Show More

Related Articles

Back to top button