Breaking PLUSଓଡ଼ିଶାମୁଖ୍ୟ ଖବର

ହୀରାକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର

୪୦ ଗେଟ୍‌ ଦେଇ ଜଳ ନିଷ୍କାସନ

ହୀରାକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୨୬.୫୬ ଫୁଟ ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୫ ଲକ୍ଷ ୯୭ ହଜାର ୯୨ କ୍ୟୁସେକ୍ ପାଣି ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୬ ଲକ୍ଷ ୭୯ ହଜାର ୬୮୩ କ୍ୟୁସେକ୍ । ଏବେ ୪୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ତେବେ ଏସ୍‌ଆର୍‌ସିଙ୍କ ରିପୋର୍ଟ ଅନୁଯାୟୀ, ବନ୍ୟାରେ ଏଯାଏ ୧୦ ଜିଲ୍ଲା ପ୍ରଭାବିତ ହୋଇଛି । ୪୯ ବ୍ଲକର ୩୬୯ ଗ୍ରାମ ପଞ୍ଚଅୟତ, ୧୩୬୬ ଗ୍ରାମ, ୯ଟି ସହରାଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ୯ ଜିଲ୍ଲାରେ ୨୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ୭୦୭ ଘର ଭାଙ୍ଗିଛି । ୨୪ ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି । ୪୩ ବ୍ଲକ ବର୍ଷା ପାଇଁ ପ୍ରଭାବିତ ହୋଇଛି ।

Show More

Related Articles

Back to top button