Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଗୁରୁବାରଠୁ ରାଜ୍ୟରେ ପ୍ରବଳ ବର୍ଷା

୧୯ ଓ ୨୦ ପାଇଁ ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତା କାଲିଠୁ ରାଜ୍ୟରେ ଆରମ୍ଭ ହେବ ପ୍ରବଳ ବର୍ଷା । କାରଣ ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୮ ରୁ ବଢିବ ବର୍ଷାର ପରିମାଣ । ତେବେ ୧୯ ଓ ୨୦ ତାରିଖରେ ବଢିବ ବର୍ଷାର ପରିମାଣ । ୧୮ରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ବିଶେଷକରି ୧୯ ଏବଂ ୨୦ ରେ ଅତି ପ୍ରବଳ ବର୍ଷା ପାଇଁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ । ଏହି ଲଘୁଚାପ ଅଗଷ୍ଟ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ସ୍ଥିର ରହିବା ସହ ଏହା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବ ବୋଲି କୁହାଯାଇଛି ।ଅଗଷ୍ଟ ୧୮ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼, କନ୍ଧମାଳ ଏବଂ ଅନୁଗୁଳ ଭଳି ଜିଲ୍ଲା ଗୁଡ଼ିକରେ ଲଘୁଚାପର ପ୍ରଭାବ ରହିବ । ସେହିପରି ଅଗଷ୍ଟ ୧୯ ତାରିଖ ରାତିରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ସମ୍ବଲପୁର, ସୋନ୍‌ପୁର, ବୌଦ୍ଦ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ହେବ ବୋଲି ବୁଲେଟିନ୍‌ରେ କୁହାଯାଇଛି ।

Show More

Related Articles

Back to top button